

ସତ୍ୟଶିଖା(ଭୁବନେଶ୍ୱର ) ୧୬.୦୮ .୨୦୨୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଚାଲିଲା ଜଙ୍ଗଲ ସଫାରିକୁ ବସ୍ । ଦେଢ ବର୍ଷ ପରେ ପୁଣି ଥରେ ବସ୍ ସେବା ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ୧୫ରୁ ଜଙ୍ଗଲ ସଫାରୀ ବନ୍ଦ ପଡିଥିଲା । ନନ୍ଦନକାନନର ପଛପଟ ୯ନମ୍ବର ଗେଟ ନିକଟରେ ନୂଆ କରି ତିଆରି ହୋଇଥିବା ନୂତନ ସଫାରୀ ବସଷ୍ଟାଣ୍ଡରେ ଟିକେଟ କାଟି ସଫାରୀର ମଜା ନେଇ ପାରିବେ ପର୍ଯ୍ୟଟକ । ପ୍ରଥମେ ୩୪ଟି ସିଟ୍ ବିଶିଷ୍ଟ ୨ଟି ବସ୍କୁ ଚାଲୁ କରାଯିବ । ପ୍ରତି ପର୍ଯ୍ୟଟକଙ୍କ ପିଛା ୬୦ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ଉପ ନିର୍ଦ୍ଦେଶକ ଡ.ସଞ୍ଜିବ କୁମାର ।