ଧର୍ମପର୍ଯ୍ୟଟନରାଜ୍ୟ

ଆଜିଠୁ ବୁଢ଼ୀ ଠାକୁରାଣୀ ଯାତ୍ରା, କଟକଣା କଡ଼ାକଡ଼ି

ସତ୍ୟଶିଖା( ବ୍ରହ୍ମପୁର) ୦୯.୦୪.୨୦୨୧: ରାଜ୍ୟରେ କରୋନା  ଏବେ ୧୩୦୦ ମୁହାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଉଛି।  ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା  ସମୟରେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ମଧ୍ୟରାତ୍ରରେ ମା’ଙ୍କୁ  ଆବାହନ କରାଯିବ । ମା’ଙ୍କ ଘଟ ଅଣାଯାଇ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯିବ । ଭିଡ଼ ଏଡ଼ାଇବା ପାଇଁ ଘଟ ଆସିବା ସମୟରେ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି ।

Show More
Back to top button