ଧର୍ମପର୍ଯ୍ୟଟନରାଜ୍ୟ

ଆଜିଠୁ ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର

ସତ୍ୟଶିଖା(ଭୁବନେଶ୍ୱର ) ୧୬.୦୮ .୨୦୨୧: ପ୍ରାୟ ୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବସତ୍କାର କରିପାରିବେ । ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ ।  ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର କରାଯିବ ନଚେତ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ। ଏପ୍ରିଲ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗ ହୋଇଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି । ପୁରୀ ଜିଲ୍ଲା ବାହାର ଶବସତ୍କାର ଉପରେ ଲାଗିଥିବା କଟକଣା ଉଠିଛି ।

Show More
Back to top button