ତ୍ୱଚାର ଦାଗଠାରୁ ଆରମ୍ଭ କରି କିଟାଣୁ ମାରିଥାଏ ଫିଟିକିରି l

ସତ୍ୟଶିଖା ୦୯.୦୮.୨୦୨୦ : ଫିଟକିରି ଆମ ସମସ୍ତଙ୍କ ଘରେ ଥାଏ । ଯଦି ବି କାହାର ଘରେ ନଥାଏ ତେବେ ବଜାରରେ ଆରାମରେ ମିଳିଯାଏ । ସମସ୍ତଙ୍କ ଜଣା ବି ଅଛି କି ଫିଟିକିରିକୁ ପାଣିରେ ମିଶାଇଲେ ପାଣି ସଫା ହୋଇଥାଏ । ଏହା ବ୍ୟତୀତ ମଧ୍ୟ ଫିଟିକିରିର ଅନେକ ଫାଇଦା ରହିଛି, ଯାହା ବିଷୟରେ ସମସ୍ତେ ଜାଣି ନଥାନ୍ତି । ଆସନ୍ତୁ ଜାଣିବା ଫିଟିକିରିର କିଛି ଘରୋଇ ଉପଚାର:

ଯଦି ଆପଣ ଆପଣଙ୍କ ତ୍ୱଚାର ଦାଗକୁ ନେଇ ଚିନ୍ତାରେ ଅଛନ୍ତି । ତେବେ ଫିଟିକିରିର ବ୍ୟବହାର ଆପଣଙ୍କର ଫାଇଦା ଉଠାଇବ । ଏଥିପାଇଁ ଆପଣଙ୍କୁ ନିୟମିତ ଫିଟିକିରି ଦ୍ୱାରା ତ୍ୱଚାରେ ଧୋଇ ମସାଜ କରିବାକୁ ପଡ଼ିବ । ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଥିବା ଦାଗ ଲିଭିଯିବ ।

ଯଦି ଆପଣ ଦାନ୍ତର କଷ୍ଟକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ଫିଟିକିରିକୁ ଗୁଣ୍ଡ କରି ଏହାର ପାଉଡର ତିଆରି କରିନିଅ । ଏହା ପରେ ସେହି ପାଉଡରକୁ ଆପଣଙ୍କ ଦାନ୍ତର ସେହି ସ୍ଥାନରେ ଲଗାନ୍ତୁ, ଯେଉଁଠି ଆପଣଙ୍କୁ କଷ୍ଟ ଅନୁଭବ ହେଉଛି । ଲଗାଇବାର କିଛି ସମୟ ପରେ ହିଁ କଷ୍ଟରୁ ମୁକ୍ତି ମିଳିବ ।

ତେବେ ଦୁର୍ଗନ୍ଧ ଏବଂ କିଟାଣୁକୁ ଦୂର କରିବା ପାଇଁ ଫିଟିକିରି ବଡ଼ କାମ କରିଥାଏ । ତେବେ ଗାଧୋଇବା ସମୟରେ ପାଣିରେ ଫିଟିକିରି ମିଶାଇ ଗାଧୋଇଲେ କିଟାଣୁ ଦୂର ହୋଇଥାଏ । ତେବେ ଏହିପରି ଭାବେ ଅନେକ ଜିନିଷର ବ୍ୟବହାରେ ଫିଟିକିରି କାମ କରିଥାଏ ।

Exit mobile version