ଦେଶ

ଟ୍ରମ୍ପଙ୍କ ଅଫରକୁ ଭାରତର ‘ନା’ | Satyasikha

ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି କରି ସମାଧାନର ସମସ୍ୟା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆମେରିକାର ଏହି ଅଫରକୁ ଭାରତ ଏବେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବସ୍ତବ କହିଛନ୍ତି, ଚୀନ ସହିତ ଥିବା ବିବାଦର ସମାଧାନ ପାଇଁ ଭାରତ ସିଧା କଥାବାର୍ତ୍ତା କରୁଛି।

ତେବେ ଏହା କହି ଆମେରିକାର ନାଁ ନନେଇ ପରୋକ୍ଷରେ ଟ୍ରମ୍ପଙ୍କ ମଧ୍ୟସ୍ଥି ଅଫରକୁ ପ୍ରତ୍ୟାଖ୍ୟାନ କରିଛି ଭାରତ। ସେ ଆହୁରି କହିଛନ୍ତି, ସୀମାରେ ଦେଶର ଯବାନ ସମସ୍ତ ନିୟମ ପାଳନ କରି ଆଲର୍ଟ ରହିଛନ୍ତି।

ଆହୁରି ପଢ଼ନ୍ତୁ

ବୁଧବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ୍ କରି କହିଥିଲେ, ଭାରତ ଏବଂ ଚୀନକୁ ଆମେରିକା ଅବଗତ କରାଇଛି। ଦୁଇ ଦେଶ ରାଜି ହେବେ ତା’ହେଲେ ବଢ଼ୁଥିବା ବିବାଦର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥି କରିବା ପାଇଁ ରାଜି ଅଛି।

ସୂଚନାଯୋଗ୍ୟ, ପାକିସ୍ତାନ ସହିତ କଶ୍ମୀରକୁ ନେଇ ବିବାଦ ବଢ଼ିବା ପରେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥି ପାଇଁ ଭାରତ ଏବଂ ପାକିସ୍ତାନକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ କହି ଭାରତ ଟ୍ରମ୍ପଙ୍କ ମଧ୍ୟସ୍ଥି ଅଫରକୁ ନା କହିଥିଲା।

[ad_2]
Show More
Back to top button