ନ୍ୟୁଜ୍ରାଜ୍ୟଶିକ୍ଷା

ସେପ୍ଟେମ୍ୱର ୩ରୁ ସ୍ପେସାଲ ଓଜେଇଇ, ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା

ସତ୍ୟଶିଖା( ଭୁବନେଶ୍ୱର )୦୨.୦୯ . ୨୦୨୨:  ସେପ୍ଟେମ୍ୱର ୩ରୁ ସ୍ପେସାଲ ଓଜେଇଇ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ପରୀକ୍ଷା ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ ପରୀକ୍ଷାର୍ଥୀ ଦେବେ। ଏହି ପରୀକ୍ଷା ଓଡ଼ିଶାର ୨୮ଟି ସହରରେ ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ। କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ। ଆଡମିଟ୍ କାର୍ଡଗୁଡ଼ିକର ଡାଉନଲୋଡ୍ ଆଜି କରିପାରିବେ ପରୀକ୍ଷାର୍ଥୀ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Show More
Back to top button