ନ୍ୟୁଜ୍ରାଜ୍ୟ

୩ରୁ ଜଳିବ ପୁରୀ ବାଇପାସ୍‌ ଷ୍ଟ୍ରିଟଲାଇଟ୍‌

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ । ପୁରୀ ବାଇପାସ୍‌ରେ ଷ୍ଟ୍ରିଟ୍‌ ଲାଇଟ୍ ଜଳିବ । ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ଏହି ୧୨କିମିର ରାସ୍ତାରୁ ଅନ୍ଧକାର ହଟିବ । ବିଏମ୍‌ସି ପକ୍ଷରୁ ପୁରୀ ବାଇପାସ୍‌ର ଆଲୋକୀକରଣ କାମ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏଥିପାଇଁ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଓ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କ୍ଷେତ୍ର ପରିଦର୍ଶନ କରି ଲାଇଟ୍‌ ଜଳୁଛି କି ନାହିଁ, ଯାଞ୍ଚ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ କେଉଁଠି ମଞ୍ଚ ହେବ, କ’ଣ କ’ଣ କାର୍ଯ୍ୟକ୍ରମ ହେବ, ତାହାର ସମୀକ୍ଷା କରିଛନ୍ତି ।

ବିଏମ୍‌ସିର ସୂଚନା ଅନୁଯାୟୀ, ୩ ତାରିଖ ଅପରାହ୍‌ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ମନ୍ଦିର ଛକ ନିକଟରେ ସୁଇଚ୍‌ ଟିପି ଭୁବନେଶ୍ବର-ପୁରୀ ବାଇପାସ୍‌ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି ୧୨ କିମି ରାସ୍ତା‌େର ୩୮୭ଟି ବିଦ୍ୟୁତ ଖୁଣ୍ଟରେ ୭୭୪ଟି ୧୦୦ ୱାଟ୍‌ର ଏଲ୍‌ଇଡି ଲାଇଟ୍‌ ଲାଗିଛି । ଏହାବାଦ୍‌ ୪ଟି ପ୍ରମୁଖ ଛକରେ ୪ଟି ହାଇମାଷ୍ଟ ଲାଇଟ୍‌ ଲାଗିଛି । ଏଥିପାଇଁ ୭ଟି ଟ୍ରାନ୍ସଫର୍ମର ବସିଛି । ଏହି ରାସ୍ତା ଆଲୋକୀକରଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବି ପୂରଣ ହେବ ।

Show More
Back to top button