ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶୁକ୍ରବାର ) ୨୮ .୦୮.୨୦୨୦ :

ମେଷ – ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଅର୍ଥ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁମାନଙ୍କ ସାହାର୍ଯ୍ୟରୁ କାମ ହାସଲ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବୃଷ – ରାଶ୍ୟାଧିପ ଶୁକ୍ରଙ୍କ ସହ କର୍ମାଧିପତିଙ୍କ ଷଡାଷ୍ଟକ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ଜନିତ କାମ ଅଟକି ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ମିଥୁନ – ଧୈର୍ଯ୍ୟର ଅଭାବ ଓ ଟିକିଏ ଟିକିଏ କଥାରେ ରାଗିଯିବା କାରଣରୁ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ । ଆଜି ବନ୍ଧୁମାନଙ୍କ ସହ ପ୍ରଭାତୁ ସୁଖ ଭ୍ରମଣ ଯୋଗ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

କର୍କଟ – ପରିବାରରେ ମିଥ୍ୟାଳାପ ହେତୁ ସାଧାରଣ କଥାକୁ କେନ୍ଦ୍ର କରି ଗୃହରେ କଳହ ସୃଷ୍ଟି ହୋଇପାରେ । ଆଜି ବନ୍ଧୁମାନଙ୍କ ସହ ପ୍ରଭାତରୁ ସୁଖ ଭ୍ରମଣ ଯୋଗ ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ସିଂହ – ଆଜି କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ମାନସିକ ଅଶାନ୍ତି ଥିଲେ ମଧ୍ୟ ଅତି ପରିଚିତ ଓ ବିଶ୍ୱସ୍ତ ବନ୍ଧୁଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

କନ୍ୟା – ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ତୁଳା – କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସଫଳତା ହାସଲ କରିବେ । ବିବାଦୀୟ ପରିସ୍ଥିତିରେ ମଧ୍ୟ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସାହାର୍ଯ୍ୟ ସହ-ଯୋଗର ଅଭାବ ରହିବ ନାହିଁ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରିବା କାରଣରୁ ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଧନୁ – ଆଜି ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହାୟତା ଲାଭ କରିବେ । ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଈର୍ଷାନ୍ୱିତ ନିକ ଲୋକମାନେ ଦାଉ ସାଧିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମକର – ଗତକାଲି ଠାରୁ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ । ପାରିବାରିକ କ୍ଷେତ୍ରରେ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କୁମ୍ଭ – ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ଶତଭିକ୍ଷା ନକ୍ଷତ୍ର ଏକ ପ୍ରକାର ଖୁସୀ ଅନୁଭବ କରିବେ । ବ୍ୟବସାୟରେ ସମସ୍ୟା ଜାଲରେ ଛନ୍ଦି ହେବାକୁ ପଡିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ମୀନ – କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ । ନିଜେ ରହୁଥିବା ପରିସରରେ ଅର୍ଥ ଓ ସମ୍ମାନ, ସଦିଚ୍ଛାର ଅଭାବ ରହିବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

Exit mobile version