ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ


ସତ୍ୟଶିଖା ୧୨/୦୨/୧୦୨୧ :
ମେଷ – ଆଜି ନିକଟ ସମ୍ପର୍କୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ । ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ବୃଷ – ସ୍ୱାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝମେଲା କାରଣରୁ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ମିଥୁନ – ବହୁତ ଦିନହେଲା ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ପୁନର୍ବସୁ ନକ୍ଷତ୍ରର ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
କର୍କଟ – ଆପଣ ପରିସ୍ଥିତିକୁ ଯେତେ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ସିଂହ – ସ୍ୱାସ୍ଥ୍ୟ କ୍ରମଶଃ ଅବନ୍ନତି କରିପାରେ, ଏଣୁ ସାବଧାନତା ଅବଲମ୍ବନ କରିବା ଭଲ । ପାରିବାରିକ ପରିସ୍ଥିତି ଭଲ ନ ହେଲେ ମଧ୍ୟ ମନ୍ଦ ହେବନି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
କନ୍ୟା – ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇବେ । ଖଳ ଲୋକଙ୍କ କଥାରେ ପଡି ଭୁଲ୍ ମାର୍ଗ ଅନୁସରଣ କରି ହଇରାଣ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
ତୁଳା – ସାମାଜିକ କ୍ଷେତ୍ରରେ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢିପାରେ । କୌଣସି ବନ୍ଧୁଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ବ୍ୟଥିତ କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ବିଛା – ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ । ଶୁଭ ଅଙ୍କ କ୍ରୀମ୍ । ଶୁଭ ଅଙ୍କ ୯ ।
ଧନୁ – କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ବୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି । ବନ୍ଧୁଙ୍କୁ ଅନୁନୟ ବିନୟ ପୂର୍ବକ ପ୍ରିୟ କଥା କହି ଭୁଲ୍ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
ମକର – ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ଯୋଗୁ ମନରେ ସରସତା ରହିବ ନାହିଁ । ସତର୍କତାର ସାହ କାମ ନ କଲେ କଳହର ସମ୍ମୁଖୀନ ହୋଇ ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
କୁମ୍ଭ – ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ଅପରାହ୍ନରେ ତାହା ସୁବିଧାରେ ପାଇଯିବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ମୀନ– ଯେତେ ଚେଷ୍ଟା କଲେ ମଧ୍ୟ ଆଜି ଅଟକିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର । କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।