ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୦୫/୦୨/୨୦୨୧ :

ମେଷ – କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରହ-ଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣି ଦେବ । ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।

ବୃଷ – ରାଶିରେ ପାପଗ୍ରହ ହେତୁ ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ରହିପାରନ୍ତି । ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୩ ।

ମିଥୁନ – ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ସଜାଗ ରହି କାମ ନ କଲେ ଅସୁବିଧା ସମ୍ମୁଖୀନ ହେବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୮ ।

କର୍କଟ – ପ୍ରତିବାଦୀ ସ୍ଥାନରେ ଏକାଧିକ ଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଣିପାରେ, ଯାହା ଅନ୍ୟମାନଙ୍କ ପାଇଁ ସହଜଲଭ୍ୟ ଆପଣଙ୍କ ପାଇଁ ଦୁରୂହ ହୋଇପଡିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

ସିଂହ – କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ବନ୍ଧୁଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଘଟିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

କନ୍ୟା – ସ୍ଥଗିତ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି । ଆକସ୍ମିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ତୁଳା – ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୬ ।

ବିଛା – ହିତୈଷୀମାନଙ୍କ ସହାୟତାରେ ଆଜିର କାମଗୁଡିକ ଯଥା ସମୟରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଙ୍କ ଠାରୁ ଅଯାଚିତ ଭାବେ ଯଥେଷ୍ଟ ସହାୟତା ପାଇବେ । ଶୁଭ ଅଙ୍କ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଧନୁ – ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ମନ ଖୁସି ରହିବ । କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମକର – ଅଶାନ୍ତ ମନକୁ ଶାନ୍ତ କରାଇବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । କାମଟିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଅର୍ଥ ସଙ୍ଗଟ ରହିବ ନାହିଁ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୪ ।

କୁମ୍ଭ – ଆଜି ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ । ଶିକ୍ଷା, ପରୀକ୍ଷା , ସାକ୍ଷାତ୍‌କାର ତଥା ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମୀନ – ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡି ହେବ ନାହିଁ । ଆଜିର ଜୀବନଯାତ୍ରା ବିଶେଷ କଷ୍ଟପ୍ରଦ ହେବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

Show More
Back to top button