ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ୧୫/୦୧/୨୦୨୧ :

ମେଷ – ଶୁକ୍ରବାର କର୍ମକ୍ଷେତ୍ରରେ କର୍ମାଧିପ ଶତ୍ରୁ ନକ୍ଷତ୍ରରେ ଥିବାରୁ ସୁବିଧାରେ କାମ ସମ୍ପନ୍ନ ହେବ ନାହିଁ । ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭।

ବୃଷ – ଶୁକ୍ର ଶୁଷ୍କରାଶିରେ ପାପଯୁକ୍ତ କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । କଳା,ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ରରେ ସମସ୍ୟା  ସମାଧାନ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩।

ମିଥୁନ – ରାଶ୍ୟାଧିପ ରବିଙ୍କ ସହ ରବି ନକ୍ଷତ୍ରସ୍ଥ ଯୋଗୁଁ ଯୋଜନାରମ୍ଭ ପାଇଁ ମନ ବଳାଇବେ । ଆଜି ବନ୍ଧୁମାନଙ୍କ ସହ ଜିନକୁ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କର୍କଟ – ରବିଙ୍କ ଗୃହରେ ଚନ୍ଦ୍ର ହେତୁ ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ଯାତ୍ରା ସମୟରେ ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ସିଂହ – ଚନ୍ଦ୍ର ଷଷ୍ଠସ୍ଥ ଶନିଙ୍କ ଷଡାଷ୍ଟକସ୍ଥିତିରେ ରହିଥିବାରୁ ଦୂରଯାତ୍ରାରେ ପ୍ରତିବନ୍ଧକ ରହିବ ନାହିଁ । ବନ୍ଧୁମାନଙ୍କ ନିମନ୍ତ୍ରଣକ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କନ୍ୟା – ଦ୍ୱାଦସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ହୁଏତ ମିଳି ନ ପାରେ । ବ୍ୟବସାୟରେ ଲାଭ ମକ୍ଟମକ୍ଟବ, ମାତ୍ର ଅନ୍ୟ ବାଟରେ ବ୍ୟୟ ସୂଚନା ରହିଛି ।  ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪।

ତୁଳା – ମଙ୍ଗଳ ପ୍ରଭାବରେ ରାଶି ଅର୍ଥ ଲାଭ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି । ଆଜି ବ୍ୟବସାୟରେ ଝଗଡା, ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ସହ ମତ ପାର୍ଥକ୍ୟ ମାନସିକ ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ବିଛା – କର୍ମସ୍ଥ ଚନ୍ଦ୍ର ପାପଯୁକ୍ତ ଶୁକ୍ର ନକ୍ଷତ୍ରସ୍ଥ ଯୋଗୁଁ ଆନୁଷ୍ଠାନିକ କାମରେ ଅବହେଳା, ଘରୋଇ କଥାରେ ଝଗଡା, କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ଧନୁ – ରବି ଓ ବୁଧଙ୍କ ସ୍ଥିତି କର୍ମାରମ୍ଭ, ସାକ୍ଷାତ୍‌କାର, ସରକାରି କାର୍ଯ୍ୟ ସକାଶେ ଅନୁକୂଳତା ପ୍ରଦାନ କରିବ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ବିବ୍ରତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମକର – ରାଶିରେ ବୃହସ୍ପତିଙ୍କ ଯୋଗୁଁ ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କ ଠାରୁ ପାଇ ଖୁସି ହେବେ । ପରିବାରରେ କାହା ସହ କାହାର ନ ପଡିବାରୁ ମାନସିକ ଅସାନ୍ତି ଦେଖା ଦେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କୁମ୍ଭ  – କର୍ମକ୍ଷେତ୍ରରେ ଗୁଜବ ମାନସିକ ସ୍ଥିରତାକୁ ବିକ୍ଷିପ୍ତ କରିପାରେ । କୌଣସି ବିବାଦୀୟ ପରିସ୍ଥିତିରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମୀନ – ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍ ରୋଗରେ କଷ୍ଟ ପାଇବେ । ପୂର୍ବବିବାଦକୁ ମନେପକାଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

Show More
Back to top button