ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶୁକ୍ରବାର ) ୦୪/୧୨/୨୦୨୦ :

ମେଷ – ଆଜି ଶ୍ରୀଚନ୍ଦ୍ର ହେତୁ ମନ , କର୍ମରେ ସିଦ୍ଧି ଲାଭ କରିବେ । ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ବୃଷ – ସମ୍ପର୍କୀୟମାନେ ଦୂରେଇ ଯାଉଥିବାରୁ ପର ଲୋକକୁ ଆପଣାର କରିବାକୁ ବାଧ୍ୟ ହେବେ । ଆଜି ଅଫିସ୍ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ । ପିଲାମାନେ ଛୋଟ କଥାଟିକୁ ବଡ ଆକାରରେ ଚିନ୍ତା କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମିଥୁନ – ଯେଉଁମାନଙ୍କ ପାଇଁ ଆପଣ ଅତୀତରେ ବହୁତ ଉପକାର କରିଥିଲେ, ସେହିମାନେ ସମସ୍ୟା ସୃହ୍‌ଟି କରିପାରନ୍ତି । ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ଆଜି ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

କର୍କଟ – ଆକସ୍ମିକ ଅର୍ଥଲାଭ ସହ ବିଳାସବ୍ୟସନ ସମ୍ବନ୍ଧିତ ଜିନିଷ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ପରିସ୍ଥିତି ସହ ଆଗକୁ ବଢିବା ସକାଶେ ଚେଷ୍ଟା କରି ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସିଂହ – ପ୍ରତିକୂଳ ସମୟ ଲାଗି ରହିଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ କାର୍ଯ୍ୟସିଦ୍ଧି ଘଟିବ । ବାଲ୍ୟବନ୍ଧୁ କିମ୍ବା କୌଣସି ବୟସ୍କଙ୍କ ସାନ୍ୱନା ଆଶ୍ୱସ୍ତି ଆଣି ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

କନ୍ୟା – ଭାଇ,ବନ୍ଧୁ,କୁଟୁମ୍ବ,ସନ୍ତାନ ସକାଶେ ଅର୍ଥ ବ୍ୟୟ କରିବେ । ସହକର୍ମୀଙ୍କ ସୌହାଦ୍ଦ୍ୟରେ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବରେ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ତୁଳା – ଆଜି ଯେଉଁଭଳି ଚିନ୍ତା କରୁଛନ୍ତି, ଠିକ୍ ସେହି ପରି ହିଁ ହେବ ଏବଂ ଆପଣଙ୍କର କୌଣସି କାମ ଅଟକିବ ନାହିଁ । ଆର୍ଥିକ ସ୍ଥିତି ବେଶ୍ ମଜଭୁତ୍ ରହିବ ଏବଂ କୌଣସି ଯୁବକଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ରଙ୍ଗ ୭ ।

ବିଛା – କୌଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି । ପାରିବାରିକ ଅଶାନ୍ତି ଲାଗି ରହିବ, ମାତ୍ର ବାହାରେ ସମ୍ମାନରେ ଉଣା ହେବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ – ଆଜିର ଦିନଟିକୁ ବନ୍ଧୁ ଗହଣରେ ଖୁସି ଓ ଆନନ୍ଦରେ ଅତିବାହିତ କରିବେ । ନୂତନ ଯୋଜନା, ଅବହେଳିତ କାମ, କୌଣସି ଆଲୋଚନା , ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମକର – କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ଅସୁବିଧା ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କୁମ୍ଭ – ଆର୍ଥିକ ଦୂରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାର୍ଯ୍ୟ ଅବିସ୍ମରଣୀୟ ରହିବ । ନୂଆ ଯୋଜନାକୁ ଗୁରୁତ୍ୱ ଦେବେ । ସଭା ସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ମୀନ – ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ । ହଠାତ୍ ସମ୍ପର୍କୀୟମାନେ କୌଣସି ଆଲୋଚନା ସକାଶେ ଡାକି ପାରନ୍ତି । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

Show More
Back to top button