ରାଜ୍ୟ

କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ | Satyasikha

କୋରାପୁଟ(ସୂର୍ଯ୍ୟ ପଣ୍ଡା): କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଦିଲ୍ଲୀରୁ ରାୟଗଡ଼ା ଫେରିବା ପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍‌ ଷ୍ଟିକର ଲଗାଯାଇଛି ।  ଜୁନ ୮ ଯାଏଁ ଅର୍ଥାତ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ତାଙ୍କୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ

ସଂସଦ ଅଧିବେଶନରେ ଯୋଗଦେବାକୁ ମାର୍ଚ୍ଚରେ ଦିଲ୍ଲୀ ଯାଇଥିବା ସାଂସଦ ଉଲ୍ଲାକା ଲକ୍‌ଡାଉନ୍‌ ଯୋଗୁ ଆଉ ଫେରିପାରିନଥିଲେ । ତେବେ ବିମାନ ସେବା ଆରମ୍ଭ ହେବାରୁ ସେ ଘରକୁ ଫେରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ଏଯାଏଁ ରାୟଗଡ଼ା ଜିଲ୍ଲାରୁ କେହି ପଜିଟିଭ ଚିହ୍ନଟ ହୋଇନାହାନ୍ତି ।

[ad_2]
Show More
Back to top button