ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ଶୁକ୍ରବାର ) ୬/୧୧/୨୦୨୦ :
ମେଷ – ଭାଗ୍ୟଶାଳୀ ବ୍ୟକ୍ତିତ୍ୱ ସଂପନ୍ନ ହୋଇପାରନ୍ତି । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ଦାମ୍ପତ୍ୟ ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ବୃଷ – ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୟା ବୃଦ୍ଧିର ମାର୍ଗ ଫିଟିବ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିମୋକଦ୍ଦମାରେ ବିଜୟୀ ହୋଇପାରନ୍ତି । ସରକାରଙ୍କ ଶୁଭ ଦୃଷ୍ଟି ପଡିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ମିଥୁନ – ଆଶାବାଦୀ ଓ ଚଞ୍ଚଳମନା ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା କାରଣରୁ ଖର୍ଚ୍ଚାନ୍ତ ହେବେ । ମଧୁରଭାଷୀ ହେତୁ ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
କର୍କଟ – ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ସତର୍କ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ସିଂହ – ଚାଲୁ ରଖିଥିବା କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଘରେ ସଫାସଫି ପ୍ରତି ଧ୍ୟାନ ଦେବେ । ବାଣିଜ୍ୟ ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
କନ୍ୟା – ଭାଗ୍ୟଶାଳୀ, ଧର୍ମାତ୍ମା, ପ୍ରବାସପ୍ରିୟ , ବିଦ୍ୱାନ୍, ସାହସୀ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଘରେ କଳି ଝଗଡା ହୋଇପାରେ । ସାମାନ୍ୟ ଚିନ୍ତିତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ତୁଳା – ଚାଲୁ ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଉପରେ ନିର୍ଭରଶୀଳ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ଓ ଯୁଗ୍ମ ବ୍ୟବସାୟ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ବିଛା – ବନ୍ଧୁ ସହଯୋଗ ପାଇ ଖୁସି ହେବେ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଗର୍ବିତ ହେବେ । ପତ୍ନୀଙ୍କ ପରାମର୍ଶ ଲାଭ ଦାୟକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ଧନୁ – ଆଜି ଦିନଟି ଆପଣଙ୍କ ପାଇଁ ସାମାନ୍ୟ ସୁସ୍ଥ ରହିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ବ୍ୟକ୍ତି ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳମନା ହୋଇପାରନ୍ତି । ଆକସ୍ମିକ ବିଦ୍ୟା ଲାଭର ସୂଚନା ମିଳୁଛି । ବ୍ୟବସାୟ ପାଇଁ ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କୁମ୍ଭ – ଉଦାର ମନୋଭାବାପନ୍ନ ହୋଇପାରନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ମନ ବଳାଇବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷି କର୍ମକାରୀ ,ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ମୀନ – ନିର୍ଭରଶୀଳ ନ ହୋଇ ନିଜସ୍ୱ ଚିନ୍ତାଧାରାରେ କାର୍ଯ୍ୟ କଲେ ସଫଳତା ମିଳିବ । ପରିବାର ସହ ରହିଥିବାରୁ ମନ ପ୍ରସନ୍ନ ରହିବ । ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।