ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶୁକ୍ରବାର )  ୧୬ /୧୦/୨୦୨୦ :

ମେଷ – କୃତ୍ତିକା ନକ୍ଷତ୍ରର ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିିତିକୁ କଳୁଷିତ କରିଦେବ । ସଭାସମିତିରେ ଯୁକ୍ତି ଯୁକ୍ତ କଥା କହି ପ୍ରଶଂସିତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ବୃଷ – ମୃଗଶିରା ନକ୍ଷତ୍ରର ଶାରୀରିକ ଅସୁସ୍ଥତା ସଙ୍ଗକୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ୱାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମିଥୁନ – ଆଦ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ  ନିଜ ଜିଦ୍‌ରେ ଅଟଳ, ଅଚଳ ରହିବା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

କର୍କଟ – ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାର୍ଯ୍ୟ ଓ ପାଇଁ ବହୁ ପ୍ରଶଂସା କରିବେ । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ସହ ଯୁକ୍ତି ଯୁକ୍ତ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ସିଂହ – ପୂର୍ବାଫାଲ୍‌ଗୁନୀର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣି ଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୭ ।

କନ୍ୟା – ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । କାର୍ଯ୍ୟ ଦକ୍ଷତା ଓ କଥନଶୈଳିରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ତୁଳା – ସ୍ୱାତୀ ନକ୍ଷତ୍ର ପାଇଁ ଆତ୍ମୀୟମାନଙ୍କ ସହ-ଯୋଗରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ । ଜମିଜମା ସମସ୍ୟା, ସମାଧାନ ଦିଗକୁ ମୁହାଁଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ବିଛା – ଅନୁରାଧାର ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍ ଓଲଟା ହୋଇଯିବ । ଗୃହ କଳି ସମାଧାନ ହୋଇଯିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ଧନୁ – ପୂର୍ବାଷାଢା ନକ୍ଷତ୍ର ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ମକର – ଶ୍ରବଣା ନକ୍ଷତ୍ର ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକ ସାମ୍‌ନା କରିପାରନ୍ତି । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ହେତୁ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କୁମ୍ଭ – ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମୀନ – ଉତ୍ତରାଭାଦ୍ରବ ନକ୍ଷତ୍ରର ଅଫିସରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

 

Show More
Back to top button