ଅପରାଧଦେଶନ୍ୟୁଜ୍ଭିଡିଓ

ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍ : ପୋଲିସର ଚଢାଉ ବେଳେ ୧୧ ଯୁବତୀ ଉଦ୍ଧାର, ୬ ଗିରଫ l

ସତ୍ୟଶିକ୍ଷା (ପାନିପତ) ୨୫ .୦୯.୨୦୨୦ :  ହରିୟାଣା ପାନିପତରେ ଥିବା ଏକ ମଲ୍ ରେ ଅଚାନକ ପୋଲିସ ଚଢାଉ କରିଥିଲା । ଏହି ମଲ୍ ରେ ଥିବା ସ୍ପା ସେଣ୍ଟରରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ଗୁପ୍ତ ସୂଚନା ପାଇବା ପରେ ଏଠାରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଯୁବକଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଏହି ମଲ୍ ରେ ଥିବା ଏକ ସ୍ପା ସେଣ୍ଟରରେ ଚଢାଉ କରାଯାଇଥିଲା । ପୋଲିସର ଜଣେ କର୍ମଚାରୀଙ୍କୁ ଗ୍ରାହକ କରି ସ୍ପା ସେଣ୍ଟରକୁ ପଠାଯାଇଥିଲା । ସେଠାରେ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳିଥିଲା । ସେଠାରେ ସ୍ପା ସେଣ୍ଟର ନାଁରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଟିମ୍ ସେଠାରେ ଚଢାଉ କରିଥିଲା । ଚଢାଉ ବେଲେ ୧୧ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୬ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।ଅନ୍ୟପଟେ ମଲ୍ ମ୍ୟାନେଜର ପୋଲିସର ଏଭଳି ଚଢାଉ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସ୍ପା ସେଣ୍ଟରରେ ଏଭଳି କୌଣସି କାମ ହେଉନଥିଲା । ସେମାନ ମନିଟରିଂ କରନ୍ତି ବୋଲି ସେ କହିଛନ୍ତି ।

Show More
Back to top button