ବାସ୍ତୁଶାସ୍ତ୍ରରାଶିଫଳ

ଶୁକ୍ରବାର ରାଶିଫଳ: କେମିତି କଟିବ ଆଜିର ଦିନଟି

ସତ୍ୟଶିଖା (ଭୁବନେଶ୍ୱର) ୨୫.୦୩.୨୦୨୨:

ମେଷ – କେତେକ ଅସଂପୂର୍ଣ୍ଣ କାମକୁ ଶେଷ କରିବେ । ଗୃହରେ ମଙ୍ଗଳ ଉତ୍ସବ ତଥା ବନ୍ଧୁ ଚର୍ଚ୍ଚା, ପବିତ୍ର ସ୍ଥାନ ଭ୍ରମଣ, ବିଳାସ ଦ୍ରବ୍ୟପ୍ରାପ୍ତି ଉଚ୍ଚ ମନୋଭାବ ଓ ଆଥିôକ ଭାରସାମ୍ୟ ସୁରକ୍ଷିତ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ – ଦେହ ଓ ମନରେ ସୁସ୍ଥ ରହିବେ । ବିବାଦ ଜୟ ସନ୍ତାନ ସନ୍ତତି ସୁଖ, ସଂପାଦନ ଓ ଯାତ୍ରା ଶୁଭର ସମ୍ଭାବନା ଅଛି । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ବିଦ୍ୟାର୍ଥୀମାନେ ଶ୍ରେଣୀ ଶୀକ୍ଷାରେ ଉଚ୍ଚଫଳ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମିଥୁନ – ଶତ୍ରୁପୀଡା ପ୍ରାୟତଃ ଭୋଗ ହେବ । ଦୂରଯାତ୍ରା କ୍ଳେଶଦାୟକ ହୋଇପାରେ । ଆଇନ ଅଦାଲତ ରାୟ ସପକ୍ଷରେ ଯିବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ପରିବାରରେ ସ୍ନେହ ସଦ୍ଦିଚ୍ଛା, ବ୍ୟବସାୟିକ ଲାଭ ଓ ଧର୍ମାନୁଷ୍ଠାନ ସହ ସଂପୃକ୍ତି ବଢିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

କର୍କଟ – ଦିନଟି ବିଶେଷ ଶୁଭ କାରକ ନୁହେଁ । ବ୍ୟୟ ବୃଦ୍ଧି କାରଣରୁ ସଞ୍ଚୟ ଜମାହ୍ରାସ ହୋଇପାରେ । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । ଉଦଯୋଗ ସିଦ୍ଧି,ବଚନ କୁଶଳତା,ସରକାରୀ ପ୍ରୋତ୍ସାହନ, ରାଜନୀତିରେ ପରୋକ୍ଷ ଶତ୍ରୁ ବଢିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ସିଂହ – ମାନସିକ ଅବସାଦ ଦୂର ହେବ । ଉଚ୍ଚ ବର୍ଗ ସହିତ ସୁସଂପର୍କ ରହିବ । ନିର୍ମାଣ କାର୍ଯ୍ୟ ହାତକୁ ନେଇ ସଫଳ ହେବେ । ସନ୍ତାନ ସୁଖ ବିବାଦ ଜୟ ଆଭୂଷଣ ପ୍ରାପ୍ତି ଧର୍ମାନୁଷ୍ଠାନ ସହ ସଂପୃକ୍ତି, ବିଚାର ଶକ୍ତିରେ ପ୍ରଖରତା ଓ ଯାତ୍ରାରେ ଶୁଭ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

କନ୍ୟା – କର୍ମ କ୍ଷେତ୍ରରେ ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ । ଶତ୍ରୁ ବୃଦ୍ଧିର ଆଶଙ୍କା ଅଧିକ । ବ୍ୟବସାୟିକ କ୍ଷେତ୍ରରେ ଲାଭାଂଶ ଅଧିକ ବଢିବ । ପୁରାତନ ରୋଗପୀଡା ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି । ସାମୟିକ କ୍ଷେତ୍ରରେ ଉଚ୍ଚ ମାନ୍ୟତା ଲାଭ, ବିଳାସ ଦ୍ରବ୍ୟ କ୍ରୟ ନୂତନ କର୍ମ ନିଯୁକ୍ତି , ଋଣ ପରିଶୋଧ, କର୍ମ କ୍ଷେତ୍ରରେ ସରକାରୀ ଦିଗରୁ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ବିଛା – ବିଳାସ ଦ୍ରବ୍ୟ କ୍ରୟରେ ଅଧିକ ବ୍ୟୟ କରିବେ । ବନ୍ଧୁ ବାନ୍ଧବ ସଂପର୍କ ତ୍ୱରାନ୍ୱିତ ହେବ । ପରୋପକାରରେ ଖୁସି,ଆଧ୍ୟାତ୍ମିକ ଅନୁଭୂତି, କର୍ମକ୍ଷେତ୍ରରେ ବିଳମ୍ବ, ଆହାର ବିଶ୍ରାମ ଅନିୟମିତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଧନୁ – ପ୍ରିୟଜନଙ୍କ ସହିତ ମୋମାଳିନ୍ୟ ଦୁର କରି ପାରିବେ । ଈଶ୍ୱର ନିଷ୍ଠା, ତୀର୍ଥ ବ୍ରତରେ ଋଚି, ପତିତ ଅର୍ଥ ଉଦ୍ଧାର, ସମସ୍ୟା ସମାଧାନ, ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ମକର – ଆହାର ବିଶ୍ରାମରେ ଅନିୟମିତ କାରଣରୁ ଉଦାର ସମସ୍ୟା ପ୍ରାୟତଃ ଭୋଗ ହେବ । ଧର୍ମ କର୍ମରେ ସଫଳ ପ୍ରୟାସ ଦୂର ଗମନ ରେ ଶୁଭ,ବ୍ୟବସାୟ କ୍ଷେତ୍ର ପରିସର ବୃଦ୍ଧି,ପିତୃ ମାତୃ ସୁଖ ଯୁକ୍ତି ତର୍କରେ ବିଜୟୀ ହେବେ । ଶୁଭ ରଙ୍ଗ କ୍ରୀମ୍ । । ଶୁଭ ଅଙ୍କ ୫ ।

କୁମ୍ଭ – କେତେକ ବିଶେଷ ସମସ୍ୟାର ବୋଝ କମିବ । ସଜ୍ଜନ ସଂପର୍କରୁ ସତ ପରାମର୍ଶ ପାଇବେ । ରାଜକୀୟ କାର୍ଯ୍ୟରେ ମର୍ଯ୍ୟାଦାଜନକ ସ୍ଥିତି, ପରମାର୍ଥ ଅନୁଚିନ୍ତନ , କୁଟୁମ୍ବ ସୁଖ, ଆଥିିକ ଉନ୍ନତି, ରାଜନୀତିରେ ଲୋକ ସଂପର୍କରେ ବୃଦ୍ଧି ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମୀନ – ରକ୍ତ ପ୍ରଦୂଷଣ ସମସ୍ୟା କିମ୍ବା ଉଦରପୀଡାର ସମ୍ଭାବନା ଅଧିକ ଅଛି । ଅର୍ଥ ପାଇଁ ଅନର୍ଥ ଆସିପାରେ । ରାଜନୀତିରେ ଉଚ୍ଚ ପଦାଧିକାରୀଙ୍କ ସହିତ ମଧୁର ସଂପର୍କ ରହିବ । ଶୁଭ ରଙ୍ଗ ଧଳା । ଶୁୃଭ ଅଙ୍କ ୯ ।

Show More
Back to top button