ରାଜ୍ୟସ୍ପେଶାଲ୍ ରିପୋର୍ଟ

ଭାରତ ଓ ବାଂଗଲାଦେଶ ମଧ୍ୟରେ ୫୫ ବର୍ଷ ପରେ ଟ୍ରେନ ଚଳା ଚଳ ହେବ

ସତ୍ୟଶିଖା ୧୧/୧୨/୨୦୨୦ : ୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା ।କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କ ଖରାପ ହେବା ପରେ ବନ୍ଦ ରହିଥିଲା । ହେଲେ ଏବେ ଏନଏଫଆରର ପ୍ରମୁଖ ଜନ ସଂପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି କି ଡିସେମ୍ବର ୧୭ ତାରିଖ ଦିନ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଏହି ଲାଇନରେ ରେଳ ଚଳା ଚଳ ପାଇଁ ରେଳ ଲାଇନର ଉଦ୍ଘାଟନ କରିବେ ।ସୂୁଭାନ ଚନ୍ଦା ଆହୁରି କହିଛନ୍ତି କି ଉଦଘାଟନ ପରେ ଚିଲହଟୀରୁ ହଲଦିବାଡି ଯାଏ ଏବେ ମାଲ ଗାଡି ଚଳା ଚଳ କରିବ । ଏହି ରେଳ ଲାଇନ ଟି ଏନଆରଏଫ୍ କଟିହାର ଅଧିନରେ ଯାଉଛି । କଟିହାରର ପ୍ରମୁଖ ରେଳ ପ୍ରବନ୍ଧକ ରବିନ୍ଦ୍ର କୁମାର ବର୍ମା କହିଛନ୍ତି କି ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏହି ରେଳ ଲାଇନ ଖୋଲିବା ନେଇ ସୂଚନା ଦେଇଥିଲେ ।
ଏନଆରଏଫ୍ ର ସୂଚନା ମୁତାବକ ଆର୍ନ୍ତରାଷ୍ଟ୍ରୀୟ ସୀମାରୁ ହଲଦିବାଡି ଷ୍ଟେସନର ଦୂରତା ମାତ୍ର ୪.୫ କିଲୋମିଟର । ହେଲେ ବାଂଗଲାଦେଶର ଚିଲହାଟୀର ଦୂରତା ୭.୫ କିଲୋମିଟର । ହଲଦିବାଡି ଓ ଚିଲହାଟୀ ଦୁଇଟି ଯାକ ଷ୍ଟେସନ ସିଲିଗୁଡି ଓ କୋଲକତା ମଧ୍ୟରେ ଥିବା ପୁରୁଣା ବ୍ରାଣ୍ଡ ଗେଜ୍ ରେଳ ଲାଇନ ମଧ୍ୟରେ ଥିଲା । ଯାହାକି ବର୍ତମାନ ବାଂଲାଦେଶ ସୀମା ଦେଇ ଯାଉଛି ।
ଏହି ରେଳ ଲାଇନରେ ଯାତ୍ରୀବାହି ଟ୍ରେନ ଚଳା ଚଳ ହେବା ପରେ ଜଳପାଇଗୁଡି ଯାଉଥିବା ଯାତ୍ରୀଙ୍କୁ କେବଳ ୭ ଘଂଟା ସମୟ ଲାଗିବ । ହେଲେ ଏବେ ୧୨ ଘଂଟା ସମୟ ଲାଗୁଛି ।

Show More
Back to top button