ସତ୍ୟଶିଖା,୨୬.୦୨.୨୦୨୧:
ମେଷ – ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍ କରିବାକୁ ମନ ବଳାଇବେ । ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ବୃଷ – ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକମାନେ କ୍ରମଶଃ ଦୂରେଇବାରେ ବନ୍ଧୁ ସାହାର୍ଯ୍ୟ କରିପାରନ୍ତି । ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ମିଥୁନ – ଆଜି କାମ ହାସଲ ସମ୍ପର୍କୀୟଙ୍କ ଆବଶ୍ୟକତା ଅନୁଭବ କରିବେ । ଜଣେ ବନ୍ଧୁଙ୍କ ଠାରୁ ହାତ ଉଧାରି ଟଙ୍କା ଆଣିପାରନ୍ତି । ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
କର୍କଟ – ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ଠାରୁ ଦୂରେଇ ରହିବା ଭଲ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ସିଂହ – ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଚିନ୍ତାକୁଳ ହେବ । କାମଗୁଡିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍ବେଗ ପ୍ରକାଶ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
କନ୍ୟା – କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସମ୍ପର୍କିୟଙ୍କ ଭଲ କରିବାକୁ ଯାଇ କଷ୍ଟ ସ୍ୱୀକାର କରିବାକୁ ପଡିବ । ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
ତୁଳା – ମନରେ ବିଭିନ୍ନ ଭାବନା ହେତୁ ସବୁ ସମୟରେ ଆନମନା ରହିପାରନ୍ତି । ପରିବାରର ଅବସ୍ଥାକୁ ଦେକି ବ୍ୟବସ୍ଥା କରନ୍ତୁ, ନତୁବା ଅନାକାଂକ୍ଷିତ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ବିଛା – ସମସ୍ୟାର ଯଥାବିଧି ସମାଧାନ ପାଇଁ ତତ୍ପରତା ପ୍ରକାଶ କରି ସଫଳ ହେବେ । ଆକସ୍ମିକ ଭାବେ ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୮ ।
ଧନୁ – ଚିନ୍ତା କରିଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ ନାହିଁ । ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ମକର – ସ୍ୱାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିବାରେ ଆଶଙ୍କା ରହିଛି । ଅନ୍ୟର ମନ ଅନୁଯାୟୀ କାମ କରି କର୍ମକ୍ଷେତ୍ରରେ ବାହାବା ନେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
କୁମ୍ଭ – ଆର୍ଥିକ ପ୍ରଗତି କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ସାହାର୍ଯ୍ୟ କରିବ । ମାଙ୍ଗଳିକ କାମ ପ୍ରସ୍ତୁତିରେ ପ୍ରତିବେଶୀଙ୍କ ସାହାର୍ଯ୍ୟ ଓ ସହ-ଯୋଗରୁ ଉପକୃତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
ମୀନ- ବହୁତ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରି ପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।