ରାଶିଫଳ

ଶୁକ୍ରବାର ରାଶିଫଳ: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ସତ୍ୟଶିଖା ( ଭୁବନେଶ୍ୱର ) ୧୭ /୦୯ /୨୦୨୧:

ମେଷ–ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ବନ୍ଧୁବର୍ଗରୁ ସହ-ଯୋଗ ମିଳିବ । କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ଯାନବାହନ ଆଦିରେ ସାଧାରଣ ସତର୍କତା ଆବଶ୍ୟକ । ଶୁଭରଙ୍ଗ କ୍ରୀମ୍‌ । ଶୁଭଅଙ୍କ ୩ ।

ବୃଷ–ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ସରକାରୀ ସ୍ତରରେ ପ୍ରାପ୍ୟକିଛି ଥିଲେ ତାହା ହାତକୁ ଆସିବ । ଦୂର ଯାତ୍ରାରେ ସଫଳତା ମିଳିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମିଥୁନ – ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହେବ । ନିରପେକ୍ଷ ମତାମତ ଦେଇ କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଗୃହ ନିର୍ମାଭାଦି କର୍ମ ତ୍ୱରାନ୍ୱିତ ହେବ ।ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

କର୍କଟ–କର୍ତ୍ତବ୍ୟ ପରାୟଣ ହେବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । ସରକାରୀ ସ୍ତରରୁ ନିଶ୍ଚିତତାର ସୂଚନା ପାଇବେ । ପୁରାତନ ରୋଗ ପୀଡାର ଆଶଙ୍କା କମ୍‌ ହେବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।

ସିଂହ –କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ମନୋବଳ ଦୃଢହେବ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୪ ।

କନ୍ୟା– ଆୟ ଠାରୁ ବ୍ୟୟର ପରିମାନ ଅଧିକହେବ । ମାନସିକ ପରି ତୃପ୍ତି କମ୍‌ ପାଇବେ । ସନ୍ତାନସନ୍ତତି ଚିନ୍ତା ବଢାଇ ପାରନ୍ତି । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୯ ।

ତୁଳା– ଦେହ ଅସୁସ୍ଥରହିବ । ଦୂର ଯାତ୍ରାରେ କ୍ଷତି ଯୋଗ ରହିଛି । ମାନସିକ ସ୍ଥିତି ମଧ୍ୟ ଅସ୍ଥିରରହିବ । ଆତ୍ମ ନିର୍ଭରଶୀଳ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସତ ପରାମର୍ଶ ପାଇବେ । ଶୁଭରଙ୍ଗ କ୍ରୀମ୍‌ ।ଶୁଭ ୬ ।

ବିଛା–କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି ଆଜି । ସମୟ ଶୁଭ କାରକ ହେବ । ବିବାଦମାନ ସ୍ଥିତିକ୍ରମେ ଦୂରେଇବ । ଆଦର ସମ୍ମାନ ପାଇବେ । ଆୟ ଆଖି ଦୃଶିଆ ହେବ ।ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – ସଦା ସର୍ବଦା କାର୍ଯ୍ୟବ୍ୟସ୍ତତାମଧ୍ୟରେ ନିଜକୁ ନିୟୋଜିତରଖିବେ । ମନରେଉତ୍ସାହବଢିବ । ଦୂରଭ୍ରମଣ ଯଥା ସମ୍ଭବ ସଂକୁଚିତକରିବା ଭଲ । ଶୁଭରଙ୍ଗକଫି । ଶୁଭ ଅଙ୍କ ୭ ।

ମକର– ଦିନଟି ପ୍ରାୟସବୁ ଦିଗରୁ ଶୁଭ ଫଳ ଦାୟକ ହେବ । ତୀର୍ଥ ଦର୍ଶନ, ପରୋପକାର, ଆଦର, ସମ୍ମାନ, ଅଭ୍ୟର୍ଥନା, ବନ୍ଧୁମିଳନ ଓ କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତାବଢିବ । ଶୁଭରଙ୍ଗ ଲାଇଟ୍‌ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

କୁମ୍ଭ -ଅଶୁଭ ସମୟ ଭୋଗ ହେବ ଘାତଚନ୍ଦ୍ର ହେତୁ । କର୍ମକ୍ଷେତ୍ରରେ ନିରପେକ୍ଷ ରହିଲେ ବହୁ ଅସୁବିଧାରୁ ମୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ମିଳିବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମୀନ – ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । କର୍ମକ୍ଷେତ୍ରରେ ବିଳମ୍ବ, ଆଶାବିଫଳ ଧର୍ମକାର୍ଯ୍ୟରେ ଋଚି, ସାମାଜିକ ପ୍ରତିଷ୍ଠା ଓ ଆୟ ବଢିବାର ସମ୍ଭାବନା ଅଧିକ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

Show More
Back to top button