ଅଗଷ୍ଟ ୨୦ ତାରିଖ, ଶୁକ୍ରବାର : ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି


ସତ୍ୟଶିଖା ( ଭୁବନେଶ୍ୱର )୨୦/୦୮/୨୦୧୧ :
ମେଷ–ପ୍ରତିକ୍ଷେତ୍ରରେ ଯେତେ ଭଲ କାମକଲେ ମଧ୍ୟ ଶନିଙ୍କ ପ୍ରଭାବରୁ ସନ୍ଦେହର ସରବ୍ୟ ହେବେ । କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ । ଅର୍ଥ କିମ୍ବା ଦେବାନେବାକୁ କେନ୍ଦ୍ର କରି ସାମାନ୍ୟ ଝଗଡାସୃଷ୍ଟିହୋଇପାରେ । ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୩
ବୃଷ–ଗୁରୁଶୌରୀଯୋଗ ପ୍ରଭାବରୁ ଧାର୍ମିକକାର୍ଯ୍ୟ, ସତ୍-ସଙ୍ଗ, ଦେବାର୍ଚ୍ଚନାରେ ମନ ବଳିବ । ବନ୍ଧୁଙ୍କ ସାହାର୍ଯ୍ୟ ଓ ପାରସ୍ପରିକ ସହ-ଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ମିଥୁନ – ଶୁକ୍ରଙ୍କ ସ୍ଥିତିଜନିତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତି କଥା କହି ବିଜୟ ଲାଭ କରିବେ । ନିଜବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୨ ।
କର୍କଟ–ବୟସ୍କ ମଙ୍ଗଳ ହେତୁ ଆପଣଙ୍କ ଦୈହିକ ଦୁର୍ବଳତା ସlଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତକରାଇବ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ ନେଇ ଝଗଡା ଲାଗିପାରେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ସିଂହ –ବୁଧ ଯୁକ୍ତକେତୁ ପ୍ରଭାବରେ କଥାକୁ ଠିକ୍ ଭାବରେ ନ ବୁଝି କଳହ ଲାଗିପାରେ । ଅଫିସରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
କନ୍ୟା–ରାହୁଯୁକ୍ତ ଚନ୍ଦ୍ର କାରଣରୁ ଆଜିବନ୍ଧୁଙ୍କ ସହ ବିବାଦ ଓ ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ନେବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୫ ।
ତୁଳା–ଆଜିରାହୁ ଓ ଚନ୍ଦ୍ରଚତୁର୍ଥ ସ୍ଥାନରେ ଥିବାରୁ ଘରର ପରିବେଶ ଅଶାନ୍ତ ରହିବ । ରେବତୀ ନକ୍ଷତ୍ର ସଭାବ ସମିତିରେ ମିଠା କଥା କହି ପରିସ୍ଥିତି ସମ୍ଭାଳି ନେବେ ।ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୬ ।
ବିଛା–ଶନି ଦୃଷ୍ଟ ମଙ୍ଗଳ ଯୋଗୁ ଯାହା ଖୋଜୁଛନ୍ତି ତାହା ଅବଶ୍ୟ ପାଇବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ ।ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ଧନୁ –ଆଜିର ଯାତ୍ରା, କାର୍ଯ୍ୟାରମ୍ଭ ଓ ଶୁଦ୍ଧ ଭାବନା ମନରେ ଭାବାନ୍ତରସୃଷ୍ଟିକରିବ ।ସାମାନ୍ୟ କେତେକ ଅସୁବିଧାକୁ ବାଦ୍ ଦେଲେ ଦିନଟିରେ ବହୁତ ଭଲ କାମକରିବେ ।ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।
ମକର–ବନ୍ଧୁମାନଙ୍କସହ ଆଲୋଚନା ପରିସରରେ ଚୁପ୍ ରହିବାକୁ ବାଧ୍ୟ ହେବେ । ପରିବାରରେ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହୋଇପାରନ୍ତି । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୫ ।
କୁମ୍ଭ -କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କାମକୁ ସହଜ କରିବ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ମୀନ – ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ବନ୍ଧୁସମ୍ପର୍କ ଓ ସୁଚିନ୍ତିତକାର୍ଯ୍ୟଧାରାକାର୍ଯ୍ୟରେ ସାହାର୍ଯ୍ୟ କରିବ । ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘ ଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ ଧଳା । ଶୁଭରଙ୍ଗ ୮ ।