ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କାଲିଠୁ ମାଗଣା ବୁଷ୍ଟର ଡୋଜ୍

ସତ୍ୟଶିଖା( ଭୁବନେଶ୍ୱର )୧୪.୦୭ . ୨୦୨୨:  ଓଡ଼ିଶାରେ କରୋନା ଭାଇରସ୍ ପୁଣି ଘାଇଲା ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ୧୨ ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨% । ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟିକାକରଣ କରାଯାଇଛି । ୧୮ ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟିକାକରଣ ଦିଆସରିଛି ।’

ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନେ ୨୮% ଟିକାକରଣ କରାଯାଇଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ । ଏହା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ ।

Show More
Back to top button