ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୧୧/୦୨/୨୦୨୧ :

ମେଷ – ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ମନେ ହେବ । ସାମଜିକି ସ୍ତରରେ ଏକାଧାରରେ ଅର୍ଥ, ସମ୍ମାନ, ଉପଢୈାକନ, ସମ୍ବର୍ନ୍ଧନା ପାଇବାର ଯୋଗ ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ବୃଷ – ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଗୌରବାନ୍ୱିତ ମନେକରିବେ । ବନ୍ଧୁଙ୍କ ସହାୟତାରେ ଅନଟନ ଦୂରେଇ ଯିବ ଓ କାର୍ଯ୍ୟଗୁଡିକ ସରଳୀକୃତ ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୬ ।

ମିଥୁନ – କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରଶଂସା ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି । ସକାଳୁ ସକାଳୁ କାହାର ଡାକରା ଆପଣଙ୍କୁ ଚଳଚଞ୍ଚଳ କରାଇପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୧ ।

କର୍କଟ – ହସ, ଖୁସିରେ ସମୟ କଟାଇବେ । କାମରେ ଉତ୍ସାହିତ ହେବେ । ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ବହୁ ପରିମାଣରେ ବୃଦ୍ଧି କରିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ଅର୍ଥହାନି, ପାରିବାରିକ ଝଗଡା, ପରିବହନରେ ସମସ୍ୟା, ବନ୍ଧୁମାନଙ୍କ ସହ ମତପାର୍ଥକ୍ୟ ସୃଷ୍ଟି କରିପାରେ । କଳା, କ୍ରୀଡା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।

କନ୍ୟା – ଆକସ୍ମିକ ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ତୁଳା – ଆଜି ଆପଣ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କର୍ମାରମ୍ଭ କଲେ ଭୁଲ୍‌ କରିବେ । ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମିଜମା କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ବିଛା – ଆଜି କିଛି କାମରେ ସନ୍ତୋଷ ପାଇବା ସଙ୍ଗକୁ କିଛି ବିରକ୍ତିକର ପରିସ୍ଥିତି ମଧ୍ୟ ସାମନାକୁ ଆସିବ । ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟା ସଜାଡିବାରେ ଯତ୍ନବାନ ହେବେ । ଶୁଭ ଅଙ୍କ ଧଳା । ଶୁଭ ଅଙ୍କ ୩ ।

ଧନୁ – ପ୍ରତ୍ୟେକ କଥାକୁ ସକାରାତ୍ମକ ଦୃଷ୍ଟିରୁ ବିଚାର କଲେ ଉପକୃତ ହେବେ । ବିରକ୍ତିଭାବ ଦୂରେଇଯିବ, ଧୈର୍ଯ୍ୟ ବୃଦ୍ଧି ପାଇବ, ଯାହି କି ଆଜି ପାଇଁ ତାହାର ଆବଶ୍ୟକତା ରହିଛି । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୬ ।

ମକର – ଆଜି ଆପଣ ଟିକିଏ ବିନୟର ସହ କହିଲେ ଯେ କେହି ଆପଣଙ୍କ ଠାରୁ କାମ ହାସଲ କରିନେବେ । ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

କୁମ୍ଭ – କୌଣସି ପ୍ରତିବନ୍ଧକ ଆଜି ଆପଣଙ୍କ କାମକୁ ଅଟକାଇ ରଖିପାରିବ ନାହିଁ । ମୁଣ୍ଡ ଖେଳାଇ ନ ହେବା କାମକୁ ମଧ୍ୟ କରି ଦେଇପାରିବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ମୀନ – ଆଜି ଆକସ୍ମିକ ଭାବେ ଜଣେ ବନ୍ଧୁଙ୍କ ସହ ଦେଖା ହୋଇଯିବ, ଯେ କି ଆଗାମୀ ସମୟରେ ଆପଣଙ୍କ କାମକୁ ଆସିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

Show More
Back to top button