ଦେଶନ୍ୟୁଜ୍ବିଦେଶସ୍ୱାସ୍ଥ୍ୟ

ବିଶ୍ୱବ୍ୟାପୀ ୪୪ କୋଟି ଲୋକ କରୋନାରେ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୬୦ ଲକ୍ଷ ନିକଟତର

ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ନିମ୍ନଗାମୀ ହୋଇଛି । କିନ୍ତୁ ଏହାରି ମଧ୍ୟରେ ବିଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୪୪ କୋଟି ଅତିକ୍ରମ କରିଛି । ସେହିଭଳି ମୃତକଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର ହୋଇଛି । ସଂକ୍ରମଣକୁ ବିନାଶ କରିବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଉଦ୍ୟମ କରୁଛନ୍ତି । କିନ୍ତୁ କୌଣସି ପ୍ରକାରର ପ୍ରଭାବଶାଳୀ ଔଷଧ ବାହାରି ନଥିବାରୁ କରୋନା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ ।

ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱପ୍ୟାପୀ ୧୪ ଲକ୍ଷ ୫୩ ହଜାର ୪୧୬ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ ଲକ୍ଷ ୬୦ ହଜାର ୨୨୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୪ କୋଟି ୧ ଲକ୍ଷ ୯୦୧ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୭ କୋଟି ୨୮ ଲକ୍ଷ ୫ ହଜାର ୫୭ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୯୧ ହଜାର ୧୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୬ କୋଟି ୧୩ ଲକ୍ଷ ୪ ହଜାର ୬୭୮ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୭୬ ହଜାର ୨୪ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨କୋଟି ୮୮ ଲକ୍ଷ ୪୨ ହଜାର ୧୬୦ ସଂକ୍ରମିତ, ୬ଲକ୍ଷ ୫୦ହଜାର ୫୨ମୃତ

ଫ୍ରାନ୍ସ: ୨ କୋଟି ୨୮ ଲକ୍ଷ ୪୦ ହଜାର ୩୦୬ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୭୬୨ ମୃତ

ୟୁକେ: ୧ କୋଟି ୯୦ ଲକ୍ଷ ୨୯ ହଜାର ୩୨୧ ସଂକ୍ରମିତ, ୧ ଲକ୍ଷ ୬୧ ହଜାର ୭୦୪ ମୃତ

ଋଷିଆ: ୧ କୋଟି ୬୫ ଲକ୍ଷ ୯୨ ହଜାର ୮୨୪ ସଂକ୍ରମିତ, ୩ଲକ୍ଷ ୫୩ ହଜାର ୨୩୦ ମୃତ

ଜର୍ମାନୀ: ୧ କୋଟି ୫୧ ଲକ୍ଷ ୭୩ ହଜାର ୧୭୦ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୯୭୬ ମୃତ

ତୁର୍କୀ: ୧ କୋଟି ୪୨ ଲକ୍ଷ ୬ ହଜାର ୧୨୧ ସଂକ୍ରମିତ, ୯୪ ହଜାର ୮୩୭ ମୃତ

ଇଟାଲି: ୧ କୋଟି ୨୮ ଲକ୍ଷ ୬୭ ହଜାର ୯୧୮ ସଂକ୍ରମିତ, ୧ ଲକ୍ଷ ୫୫ ହଜାର ୨୧୪ ମୃତ

ସ୍ପେନ: ୧ କୋଟି ୧୦ ଲକ୍ଷ ୫୪ ହଜାର ୮୮୮ ସଂକ୍ରମିତ, ୧ ଲକ୍ଷ ୩୭ମୃତ

Show More
Back to top button