ଓଡିଶା ହାଇକୋର୍ଟର ଆଉ ୪ ନୂଆ ବିଚାରପତି

ସତ୍ୟଶିଖା( କଟକ )୩୦.୦୯ .୨୦୨୧:  ଓଡିଶା ହାଇକୋର୍ଟରେ ଆଉ ୪ଜଣ ନୂଆ ବିଚାରପତି ନିଯୁକ୍ତ ହେବେ। ୨ ଜଣ ଆଇନଜୀବୀ ଏବଂ ୨ ଜଣ ନ୍ୟାୟିକ ଅଧିକାରୀ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ସର୍ବୋଚ୍ଚ ନ୍ୟାୟଳୟଙ୍କ କଲେଜିୟମ ଅନୁମୋଦନ କରିଛନ୍ତି। ଗତକାଲି କଲେଜିୟମର ଏକ ସ୍ୱତନ୍ତ୍ର ବୈଠକରେ ଏହି ଅନୁମୋଦନ କରାଯାଇଛି। ସୂଚନା ମୁତାବକ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଏବଂ ଆଇନଜୀବୀ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ଏବଂ ୨ ଜଣ ନ୍ୟାୟିକ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଏହି ପଦବୀରେ ନିଯୁକ୍ତି ପାଇବେ।

Exit mobile version