
ସତ୍ୟଶିଖା ୨୪ /୧୨/୨୦୨୦ : ଜାମ୍ମୁ-କାଶ୍ମୀରରୁ ଗୁରୁବାର ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି । ସେନା ପକ୍ଷରୁ ଅବନ୍ତୀପୋରା ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି । ସମସ୍ତ ଆତଙ୍କବାଦୀ ଅଲ-ବଦର ସଂଗଠନର ବୋଲି ଜଣାପଡ଼ିଛି । ଗିରଫଦାରି ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେଶନକୁ ଅଧିକ କଡ଼ାକଡ଼ି କରାଯାଇଛି ।ସର୍ଚ୍ଚ ଅପରେଶନ ସମୟରେ ଏକ ଜାଗାରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦକୁ ସେନା ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଜବଦ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ-୫୬ ରାଇଫଲ, ଏକେ-୫୬ ମାଗାଜିନ, ଏକ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ୨୮ ରାଉଣ୍ଡ ଗୁଳି ରହିଛି ।