ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ଦୀର୍ଘ ୪ଶହ ବର୍ଷ ପରେ ମହାକାଶରେ ଶନି-ବୃହସ୍ପତିର ମହାମଳିନ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ଥିବା ଭଳି ଦୃଶ୍ୟମାନ ହୋଇଥିଲା । ସନ୍ଧ୍ୟା ୬ଟାରୁ ୭ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ଦୃଶ୍ୟ ଦେଖିବାକୁ ଉତ୍ସୁକତା ପ୍ରକାଶ ପାଇଥିଲା । ଟେଲିସ୍କୋପ୍ ଯୋଗେ ଅନେକ ଏହି ବିରଳ ଦୃଶ୍ୟ ଦେଖିବାର ସୁଯୋଗ ପାଇଥିଲେ । ରାଜଧାନୀରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ରେ ଏହି ଦୃଶ୍ୟ ଦେଖିବାକୁ ଅନେକେ ଭିଡ଼ ଜମାଇଥିଲେ ହେଁ ପ୍ଲାନେଟୋରିୟମ୍ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ ।
୪ଶହ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ
