ଦୁର୍ଘଟଣାରାଜ୍ୟ

ଅଜଣା ଗାଡି ଧକ୍କାରେ ୮ ଗୋରୁ ମୃତ, ୪ ଗୁରୁତର

ସତ୍ୟଶିଖା(ସାଲେପୁର) ୩୧.୦୫.୨୦୨୧:  କଟକ-ନରସିଂହପୁର ମୁଖ୍ୟ ରାସ୍ତାର କନ୍ଧବେରଣୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୮ ଗୋରୁଙ୍କର ମୃତ୍ୟୁ ହୋଇଚି । ଅନ୍ୟ ୪ ଗୋରୁ ଗୁରୁତର ଆହତ ହୋଇଛନ୍ତି । ଗାଡ଼ିଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା ।

ଏହାପରେ ଘଟଣାସ୍ଥଳରେ ତହସିଲଦାର ଓ କାନପୁର ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ଗୋରୁ ଗାଈମାନଙ୍କୁ ପଶୁ ଚିକିତ୍ସକ ଚିକିତ୍ସା କରିଛନ୍ତି । ରାସ୍ତାରେ ଏଭଳି ଦୁର୍ଘଟଣାରେ ପଶୁ ମୃତାହତ ହେଉଥିବା ବେଳେ ଏଥିପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଜିଲ୍ଲା ପଶୁ ଚିକିତ୍ସାଧିକାରୀ କହିଛନ୍ତି । ଜିଲ୍ଲାପାଳ ରେଡକ୍ରସ୍ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।

Show More
Back to top button