ରାଜ୍ୟଶିକ୍ଷା

ଜିଲ୍ଲାପାଳଙ୍କୁ ଭେଟି ହଷ୍ଟେଲ ଫେରିଲେ ୪୫ ଛାତ୍ର

ସତ୍ୟଶିଖା(ଗଜପତି )୨.୦୯ .୨୦୨୧: ଗଜପତି ଜିଲ୍ଲା ମହେଦ୍ରଗଡ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ୪୫ଜଣ ଛାତ୍ର ରାତିରେ ଝରକା ଡେଇଁ  ଜିଲ୍ଲାପାଳଙ୍କୁ ଭେଟିବାକୁ ପାରଳାଖେମୁଣ୍ଡିରେ ସକାଳୁ ପହଞ୍ଚିଥିଲେ। ଏହି ୪୫ଜଣ ଛାତ୍ର ମହେନ୍ଦ୍ରଗଡରୁ ରାମଗିରି ଯାଏ ଚାଲିଚାଲି ରାମଗିରି ପ୍ରାୟ ୨୦କିମି ସେଠାରୁ ପାରଳାଖେମୁଣ୍ଡି ବସ୍‌ରେ ସକାଳୁ ପହଞ୍ଚିଥିଲେ । ଖବର ପାଇ ପାରଳାଖେମୁଣ୍ଡିଠାରେ ୪୫ଜଣ ଛାତ୍ରଙ୍କୁ ଡିଡବ୍ଲୁଓ ଆଇଟିଡିଏ ସମ୍ମିଳନୀ କକ୍ଷରେ ବୁଝାସୁଝା କରି ୪ଟି ସ୍ୱତନ୍ତ୍ର ଗାଡିରେ ପୁଣି ମହେନ୍ଦ୍ରଗଡ ପଠାଇଥିଲେ। ସ୍କୁଲରେ ପାଣିର ସମସ୍ୟା, ପାନୀୟଜଳ ସମସ୍ୟା ରହିଛି।

ସରକାର ମାଗଣା ଦେଉଥିବା ବହି ପିଲାଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ପିଲାମାନଙ୍କ ପାଇଁ ଆସିଥିବା ସୌଦା ଓ ପନିପରିବା କିଛି ଶିକ୍ଷକ ବିକ୍ରି କରିବା ସହ କିଛି ଶିକ୍ଷକ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ରାଧାକୃଷ୍ଣ ପଣ୍ଡା ଓ ଲୋକନାଥ ନାୟକ ଉଭୟ ଶିକ୍ଷକ ଛାତ୍ରମାନଙ୍କ ପାଇଁ ଆସୁଥିବା ବହି, ସୌଦା, ପନିପରିବା ନେଇଯାଉଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍‌ ସ୍କୁଲକୁ ତଦନ୍ତ ପାଇଁ ଛାତ୍ରମାନଙ୍କ ସହ ଯାଇଥିଲେ। ପିଲାମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ମଧ୍ୟ ଭେଟି ପାରିନଥିଲେ।

Show More
Back to top button