ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା

ସତ୍ୟଶିଖା(ଭୁବନେଶ୍ଵର) ୦୯.୦୩.୨୦୨୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ଭୁତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଶ୍ରୀ ରାୟ ନିଜେ ଟ୍ୱିଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ସେ କରୋନା ପରୀକ୍ଷା କରାଇଲେ ଏବଂ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସେ କହିଛନ୍ତି। ଶ୍ରୀ ରାୟ ଅନୁରୋଧ କରିଛନ୍ତି ଯେ ଆମେ ଏହି ଭୂତାଣୁ ସଂକ୍ରମଣକୁ ଖାମଖିଆଲି ଭାବେ ଗ୍ରହଣ କରିବା ଉଚିତ ନୁହେଁ। ସେ ସମସ୍ତଙ୍କୁ ମାସ୍କ୍‍ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି।

Exit mobile version