ନ୍ୟୁଜ୍
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର


ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ପୁରୀର ପୂର୍ବତନ ବିଧାୟକ ଆଇନମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି। ଗତ 31 ତାରିଖରେ ତିନିତିନୋଟି କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଯିବାପରେ ମହେଶ୍ବର ତାଙ୍କ ଶରୀରରେ ହଠାତ ଅସୁସ୍ଥ ଅନୁଭବ କଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଓ ତାଙ୍କର ମାଇଲଡ୍ ବ୍ରେନ ଷ୍ଟ୍ରୋକ ହୋଇଥିବା ସୂଚନା ମିଳୁଛି।
ତେବେ ବର୍ତ୍ତମାନ ମହେଶ୍ବର ମହାନ୍ତି ଭେଣ୍ଟିଲେଟରରୁ ବାହାରିଛନ୍ତି ଓ ଆଇସିୟୁରେ ଚିକିତ୍ସିତ ହେଉଥିବା କଥା ତାଙ୍କ ସହଯୋଗୀ ତଥା ନିକଟତର କର୍ମୀ ମାନେ କହିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ସେ ହାଇଦ୍ରାବାଦ ଯାଇପାରନ୍ତି ବୋଲି ସୂଚନା ମିଳିଛି।