ସତ୍ୟଶିଖା ୦୭/୦୧/୨୦୨୧ : ସଂପତ୍ତି ପାଇଁ କେତେ ନିଚ୍ଚସ୍ତରକୁ ଯାଇପାରେ ମଣିଷ । ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଟିଡିପି ସରକାରରେ ମନ୍ତ୍ରୀ ଥିବା ଭୂମା ଅଖିଳ ପ୍ରିୟା ସଂପତ୍ତି ଲୋଭରେ ତାଙ୍କର ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗ ହେବା ପରେ ,ପୋଲିସ ଭୂମାଙ୍କୁ ଗିରଫ୍ କରିଛି ।
ପୋଲିସ ଅପହରଣକାରୀଙ୍କୁ ଗିରଫ୍ କରିବା ସହ ଅପହୃତ ଭୂମାଙ୍କ ୩ ଜଣ ଭାଇଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଛି । କହିରଖୁ କି ଭୂମା ୨୦୦ କୋଟି ଟଙ୍କାର ପୈତୃକ ସଂପତିକୁ ନେଇ ଭାଇ ମାନଙ୍କ ସହିତ ବିବାଦ ଚାଲିଥିଲା । ଏହି ସଂପତ୍ତିକୁ ହାତେଇବାକୁ ଭୂମା ଏଭଳି କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।