ନ୍ୟୁଜ୍

ଅର୍ଥିନୀତି ପାଇଁ ଘୋଷଣା ହେଲା ନୋବେଲ୍‌

ସତ୍ୟଶିଖା ( ଭୁବନେଶ୍ୱର )୧୧/୧୦ /୨୦୨୧: ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା । 3 ଜଣଙ୍କୁ ଅର୍ଥନୀତିରେ ମିଳିବ ୨୦୨୧ ନୋବେଲ ପୁରସ୍କାର ।

ଷ୍ଟକ୍‌ହୋମ୍‌ ସ୍ଥିତ ରୟାଲ୍‌ ସ୍ୱେଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ଅର୍ଥନୀତିଜ୍ଞ ଡେଭିଡ୍‌ କାର୍ଡ, ଜୋଶୁଆ ଡି ଆଙ୍ଗ୍ରୀଷ୍ଟ ଏବଂ ଗାଇଡୋ ଇମ୍ୱେନ୍ସଙ୍କୁ ନୋବେଲ୍‌ ପାଇଁ ମନୋନୀତ କରିଛି । ଆମେରିକା କାଲିଫର୍ଣ୍ଣିଆର ଅର୍ଥନୀତି ପ୍ରଫେସର ଡେଭିଡ୍‌ଙ୍କୁ ଶ୍ରମ ଅର୍ଥନୀତିରେ ଗବେଷଣା ପାଇଁ ଏହି ପୁରସ୍କାର ମିଳିବ । କାଜୁଆଲ୍‌ ରିଲେସନ୍‌ସିପ୍‌ ବିଶ୍ଲେଷଣ ପାଇଁ ଅନ୍ୟ ଦୁଇଜଣଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଜୋଶୁଆ ଆଙ୍ଗ୍ରୀଷ୍ଟ ଆମେରିକାର ଏମ୍‌ଆଇଟି ବିଶ୍ୱ ବିଦ୍ୟାଳୟର ଫ୍ରଫେସର ଥିବା ବେଳେ ଗାଇଡୋ ଇମ୍ୱେନ୍ସ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱ ବିଦ୍ୟାଳୟର ପ୍ରଫେସର ରହିଛନ୍ତି ।

Show More
Back to top button