ସତ୍ୟଶିଖା (ମାଲକାନଗିରି) ୩୧/୧୨/୨୦୨୦ : ରାଜ୍ୟରେ ଆଇଏଏସ ସ୍ତରରେ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆଇଏଏସ ମନୀଷ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଇଏ ହେଉଛନ୍ତି ସେହି ମନିଷ ଅଗ୍ରୱାଲ, ଯିଏ ମାଲକାନଗିରି ଜିଲ୍ଲାପାଳ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଯାଇଥିଲେ । ବ୍ୟକ୍ତିଗତ ସହାୟକଙ୍କ ପରିବାର ଲୋକେ ତାଙ୍କ ନାଁରେ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ । ପରେ ମନିଷ ଅଗ୍ରୱାଲଙ୍କର ଅନ୍ୟତ୍ର ବଦଳି ମଧ୍ୟ ହୋଇଥିଲା ।
ପୂର୍ବତନ ମାଲକାନଗିରି ଜିଲ୍ଲାପାଳଙ୍କୁ ପଦୋନ୍ନତି
