ସତ୍ୟଶିଖା ୦୯/୦୧/୨୦୨୧ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଯାଇଛି । ପରଲୋକ ସମୟରେ ତାଙ୍କୁ୯୪ ବର୍ଷ ବୟସ ହୋଇଥିଲା । ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ କରିଛନ୍ତି । ୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ ।
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କିଙ୍କ ପରଲୋକ
