ଦୁର୍ନୀତି ମାମଲାରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲ୍ସ ସାରକୋଜୀଙ୍କୁ ଜେଲ୍‌

ସତ୍ୟଶିଖା(ପ୍ୟାରିସ୍‌)୦୨.୦୩.୨୦୨୧:ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲ୍ସ ସାରକୋଜୀ। ପ୍ୟାରିସର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ରାଷ୍ଟ୍ରପତି ଥିବା ବେଳେ ତାଙ୍କ ପଦର ଅପବ୍ୟହାର କରି ଜଣେ ବିଚାରପତିଙ୍କୁ ବେଆଇନ ଭାବେ ପଦୋନ୍ନତି ସହ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

ତେବେ ୩ ବର୍ଷ ଜେଲଦଣ୍ଡ ମଧ୍ୟରୁ ୨ ବର୍ଷ ଜେଲଦଣ୍ଡ ନିଲମ୍ବିତ ଭାବେ ବିବେଚନା କରାଯିବ। ସେହିପରି ସେ ଗୋଟିଏ ବର୍ଷର ଜେଲଦଣ୍ଡ ବିରୋଧରେ ସେ ଉପର କୋର୍ଟରେ ଆବେଦନ କରିପାରିବେ ଓ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇ ନଥିବାରୁ ତାଙ୍କୁ ପୁଲିସ୍‌ ଜେଲ୍‌କୁ ମଧ୍ୟ ପଠାଇ ନପାରେ। ଫ୍ରାନ୍ସରେ ସାଧାରଣତଃ ଦୁଇ ବର୍ଷରୁ କମ ଜେଲ ଦଣ୍ଡ ପାଇଥିବା ଲୋକଙ୍କୁ କାରାଗାରକୁ ପଠାଯାଇ ନଥାଏ।

Exit mobile version