ସତ୍ୟଶିଖା (ଭୁବନେଶ୍ୱର ) ୨୫.୧୦.୨୦୨୩ : ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ବ୍ରହ୍ମଗିରିରୁ ଦୁଇ ଥର ଜନତା ପାର୍ଟିରୁ ନିର୍ବାଚନ ହୋଇ ଓଡିଶା ବିଧାନସଭା ଯାଇଥିଲେ ଅଜୟ ଜେନା।
ସେ ତତ୍କାଳୀନ ସରକାରୀ ଦଳର ମୂଖ୍ୟ ସଚେତକ ମଧ୍ୟ ରହିଥିଲେ । ଦେହାନ୍ତ ପରେ ଏବେ ବି ଝୁରୁଛି ଜନ୍ମମାଟି । ତାଙ୍କ ଅନ୍ତିମ ଯାତ୍ରାରେ ବିପୁଳ ସଂଖ୍ୟାରେ ବ୍ରହ୍ମଗିରିବାସୀ ସାମିଲ ହୋଇଥିଲେ।