ରାଜନୀତି

ରାଜ୍ୟସଭା ନିର୍ବାଚନ: ଶାହ ବନାମ ପଟେଲ୍

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ଖାଲି ପଡ଼ିଥିବା ୧୮ ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ। ଏହା ପୂର୍ବରୁ ଗୁଜରାଟରେ ଆରମ୍ଭ ହୋଇଯାଇଛି ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା। ମୋଟ୍ ୪ଟି ଆସନ ପାଇଁ ଗୁଜରାଟରେ ନିର୍ବାଚନ ହେବ। ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଜଣାପଡ଼ିଛି। ଏବେ ଚତୁର୍ଥ ଆସନ ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା।

୨୦୧୭ ରାଜ୍ୟସଭା ନିର୍ବାଚନ ବେଳେ ଅହମଦ ପଟେଲଙ୍କୁ ରୋକିବା ପାଇଁ ବିଜେପି ସମସ୍ତ ପ୍ରକାର ଚେଷ୍ଟା କରିଥିଲା। ହେଲେ ଶେଷରେ ବିଫଳ ହୋଇଥିଲା। ଏବେ ବିଜେପି ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା ଚଳାଇଥିବା କୁହାଯାଉଛି। ଯାହାର ପରିଣାମ କଂଗ୍ରେସର ୮ ବିଧାୟକ ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା ବୋଲି ଅନୁମାନ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ସେହିପରି ଅହମଦ ପଟେଲଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି। ତେଣୁ ଏହି ନିର୍ବାଚନ ଗୋଟିଏ ଆସନ ପାଇଁ ନୁହଁ ବରଂ ରାଜ୍ୟର ଦୁଇ ରାଜନୀତିକ ଚେହେରାଙ୍କ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ଦୀର୍ଘ ତିନି ବର୍ଷ ତଳେ ହୋଇଥିବା ଭୁଲର ହିସାବ ଚଳିତଥର ନେବାକୁ ଶାହ ଏବଂ କମ୍ପାନୀ ନେବାକୁ ଅଣ୍ଟାଭିଡ଼ିଥିବା ଜଣାପଡ଼ିଛି।

ପ୍ରଥମରୁ କଂଗ୍ରେସ ଦୁଇଟି ଆସନରେ ଜିତିବ ବୋଲି ଅନୁମାନ କରାଯାଉଥିଲା। ହେଲେ ମାର୍ଚ୍ଚରୁ ଦଳରୁ ତିନୋଟି ପର୍ଯ୍ୟାୟରେ ୮ ଜଣ ବିଧାୟକ ପର୍ଯ୍ୟାୟକ୍ରମେ ଇସ୍ତଫା ଦେବା ପରେ କଂଗ୍ରେସ ଏବେ ବ୍ୟାକ ଫୁଟରେ। ଚତୁର୍ଥ ଆସନ ପାଇଁ ବିଜେପି ଏବଂ କଂଗ୍ରେସ ପରସ୍ପର ଚଳାଇଛନ୍ତି ରାଜନୀତିକ ଗୋଟି।

ମାର୍ଚ୍ଚରୁ ଜୁନ୍ ମଧ୍ୟରେ କଂଗ୍ରେସର ୮ ବିଧାୟକ ଇସ୍ତଫା ଦେବା ପରେ ଦଳର ବିଧାୟକ ସଂଖ୍ୟା ୬୫ ରହିଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା। ଏବେ ଆଉ କୌଣସି ବିଧାୟକ ଯେପରି ରାଜନୀତିକ ଟ୍ରାପରେ ନ ପଡ଼ନ୍ତି ଏହାକୁ ନଜରରେ ରଖି ବିଧାୟକମାନଙ୍କୁ କଂଗ୍ରେସ ନିଜ ଶାସିତ ରାଜ୍ୟ ରାଜସ୍ଥାନର ଏକ ହୋଟେଲକୁ ନେଇଛି।

ଆହୁରି ପଢ଼ନ୍ତୁ

ଗୁଜରାଟ କଂଗ୍ରେସର ପ୍ରଭାରୀ ରାଜୀବ ସତଭ ପ୍ରତିକ୍ରିୟାରେ କହିଛନ୍ତି, ଆମକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଦରକାର। ୨୦୧୭ ରାଜ୍ୟସଭା ନିର୍ବାଚନ ବେଳେ ଏହିଭଳି ସ୍ଥିତି ଉପୁଜିଥିଲା। ଆଉ ଶେଷରେ ଅହମଦ ପଟେଲ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବେ ମଧ୍ୟ ସମାନ ସ୍ଥିତି। କଂଗ୍ରେସ ଚୁପ ହୋଇ ବସିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ୧୮ ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଥିଲା। ହେଲେ କରୋନା ମହାମାରୀ ପାଇଁ ଦେଶ ୨୫ ତାରିଖ ପାଖରୁ ଲକଡାଉନ୍ ରହିଥିବାରୁ ସାମୟିକ ସମୟ ପାଇଁ ନିର୍ବାଚନ ବାତିଲ୍ କରାଯାଇଥିଲା।

ଏବେ ୧୦୩ ବିଧାୟକଙ୍କ ସମର୍ଥନ ରହିଛି ବିଜେପି ପାଖରେ। କଂଗ୍ରେସରୁ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ଦଳର ୬୫ ବିଧାୟକ ରହିଛନ୍ତି। ୪ଟି ଆସନରୁ ଗୋଟିଏ ଆସନ ପାଇଁ ୩୫ ବିଧାୟକ ଆବଶ୍ୟକ ରହିଛି। ଏବେ ବିଜେପିର ବିଧାୟକ ସଂଖ୍ୟାକୁ ଦେଖିଲେ ଦୁଇଟି ଆସନ ସୁନିଶ୍ଚିତ ରହିଛି। ଆଉ ଏକ ଆସନ ଜିତିବା ପାଇଁ ବିଜେପିକୁ ଦୁଇ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଜିତିବା ସ୍ପଷ୍ଟ ହୋଇଥିବା ବେଳେ ଆଉ ଏକ ଆସନ ପାଇଁ ୫ ବିଧାୟକଙ୍କ ସମର୍ଥନ ଦରକାର। ଯାହାକି ଦଳ ପାଇଁ କଷ୍ଟକର। ହେଲେ କଂଗ୍ରେସ ଏବେ ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ବିଧାୟକ, ଏନସିପିର ଜଣେ ଏବଂ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେବାନୀଙ୍କ ସମର୍ଥନ ରଖିଥିବା ଜଣାପଡ଼ିଛି। ହେଲେ ଆଉ ଏକ ଭୋଟ୍ ଆବଶ୍ୟକ ରହିଛି ଜିତିବା ପାଇଁ।

[ad_2]
Show More
Back to top button