ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨:  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି।

ଖବର ଅନୁଯାୟୀ, ଆଗାମୀ ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଗ ଗୋଟେ କି ଦୁଇ ଦିନ ମଧ୍ୟରେ ପୁରା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି ।

Exit mobile version