ସତ୍ୟଶିଖା (ନୂଆଦିଲ୍ଲୀ) ୦୬/୦୧/୨୦୨୧ : ବିଶ୍ୱସ୍ତରୀୟ କାର୍ କଂପାନିଗୁଡ଼ିକ ଲାଗି ଭାରତର କାର୍ ବଜାର ଆକର୍ଷଣ ହରାଉଥିବା କୁହାଯାଉଥିଲା । ହୋଣ୍ଡା ଏହାର କାର୍ କାରଖାନାରେ ଉତ୍ପାଦନ ବନ୍ଦ କରିବା ପରେ ଏଭଳି କିଛି ସଙ୍କେତ ମିଳିଥିଲା । ମାତ୍ର କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଏହି ଆଶଙ୍କାକୁ ଭୁଲ ପ୍ରମାଣିତ କରୁଛି । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସହ ମିଶି ଆଗକୁ ବଢ଼ିବା ଲାଗି ଆମେରିକୀୟ କଂପାନି ଫୋର୍ଡ ଯେଉଁ ନିଷ୍ପତ୍ତି ନେଇଥିଲା ତାହାର ପୁନର୍ବିଚାର କରିଛି । ଏହା ଏକାକୀ ନିଜର ଯାତ୍ରା ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ସେହି ସମୟରେ ଅନ୍ୟତମ ବିଦେଶୀ କାର୍ କଂପାନି ଫିଏଟ୍ କ୍ରିସ୍ଲର୍ ଅଟୋମୋବାଇଲ୍ (ଏଫ୍ସିଏ) ଭାରତରେ ୨୫୦ ନିୟୁତ ଡଲାର ନିବେଶ କରିବ ବୋଲି ଆଜି ଘୋଷଣା କରିଛି ।
ବିଦେଶୀ କାର୍ କଂପାନିଙ୍କ ଭରସା ଅତୁଟ, ଫିଏଟ୍ ୨୫୦ ନିୟୁତ ଡଲାର ନିବେଶ କରିବ
