

ସତ୍ୟଶିଖା( ଭୁବନେଶ୍ୱର )୦୪.୦୩.୨୦୨୨ : ସରୁନି ଠକ ନକଲି ଡାକ୍ତର ରମେଶ ସ୍ୱାଇଁ କଳାକାରନାମାର ପେଡି । ଗୋଟିଏ ପରେ ଗୋଟିଏ ଠକେଇ ମାମଲା ଉପରୁ ଉଠି ଚାଲିଛି ପରଦା ।
ଏହାରି ମଧ୍ୟରେ ପୂର୍ବରୁ ଦୁଇ ଦୁଇ ଥର ରମେଶ ସ୍ୱାଇଁକୁ ପୋଲିସ୍ ରିମାଣ୍ଡରେ ନେଇ ପଚରା ଉଚରା କରିସାରିଛି ଓ ଅନେକ ଗୁମରର ମଧ୍ୟ ପର୍ଦ୍ଧାଫାଶ ହୋଇ ସାରିଛି । ତେବେ ଆଜିଠାରୁ ପୁଣି ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ଯିବ ରମେଶ ସ୍ୱାଇଁ ।
ତେବେ ପୋଲିସ୍ ପକ୍ଷରୁ ୭ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି । ରମେଶ ସ୍ୱାଇଁ ଏବେବି ପୋଲିସ୍ କୁ ଅନେକ କଥା ଲୁଚାଉଥିବା ଓ ଫାଙ୍କି ଦେଉଥିବାର ପୋଲିସ୍ କହିଛି ତେଣୁ ଏହି ମାମଲାରେ ଅଭିଯୁକ୍ତର ଲାଏ ଡିକ୍ଟେସନ୍ ଟେଷ୍ଟ ମଧ୍ୟ କରାଯାଇପାରେ ।