ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଲଗାତର କିଛି ଦିନ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏବେ ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍ ହ୍ରାସ ପାଇବାରେ ଲାଗିଛି । ଲଗାତର ୩ୟ ଦିନରେ ୨ ଥର ପାଇଁ ସୁନା ଓ ରୁପା ହ୍ରାସ ପାଇଛି । M.C.X ରେ ସୁନା ୦.୨୫ ପ୍ରତିଶତ ହ୍ରାସ ପାଇଁ ୫୦,୭୭୫ ଟଙ୍କା ପ୍ରତି ୧୦ଗ୍ରାମକୁ ରହିଛି । ମଙ୍ଗଳବାର ଦିନ ପ୍ରତି ୧୦ଗ୍ରାମକୁ ୧୨୦୦ ଟଙ୍କା ହ୍ରାସ ପାଇବା ପରେ ୦.୮୫ ପ୍ରତିଶତ ବୃଦ୍ଧି ଘଟିଥିଲା । ବିଶ୍ୱ ବଜାରରେ ସୁନା ପ୍ରତି ଆଂସକୁ ୧,୯୧୧,୩୨ ଡଲାର ରହିଛି ।
ସୂଚନାନୁଯାୟୀ, ଆସନ୍ତା ବର୍ଷରେ ବଜାରରେ ଡଲାର ଦର ହ୍ରାସ ପାଇବାର ଆଶଙ୍କା ରହିଛି । ଯାହାଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୬୩ ହଜାର ପାର୍ ହୋଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ରୁପାର ଦାମ୍ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୨୦ରେ କରୋନା ଭାଇରସ ଲାଗି ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଗକୁ ପରିଲିକ୍ଷିତ ହୋଇପାରେ ।