
ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଲଗାତର କିଛି ଦିନ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏବେ ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍ ହ୍ରାସ ପାଇବାରେ ଲାଗିଛି । ଲଗାତର ୩ୟ ଦିନରେ ୨ ଥର ପାଇଁ ସୁନା ଓ ରୁପା ହ୍ରାସ ପାଇଛି । M.C.X ରେ ସୁନା ୦.୨୫ ପ୍ରତିଶତ ହ୍ରାସ ପାଇଁ ୫୦,୭୭୫ ଟଙ୍କା ପ୍ରତି ୧୦ଗ୍ରାମକୁ ରହିଛି । ମଙ୍ଗଳବାର ଦିନ ପ୍ରତି ୧୦ଗ୍ରାମକୁ ୧୨୦୦ ଟଙ୍କା ହ୍ରାସ ପାଇବା ପରେ ୦.୮୫ ପ୍ରତିଶତ ବୃଦ୍ଧି ଘଟିଥିଲା । ବିଶ୍ୱ ବଜାରରେ ସୁନା ପ୍ରତି ଆଂସକୁ ୧,୯୧୧,୩୨ ଡଲାର ରହିଛି ।ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍ ସୁନାର ଦାମ୍ ୪୯,୬୫୦ ପ୍ରତି ୧୦ଗ୍ରାମକୁ ରହିଥିବା ବେଳେ ଚେନ୍ନାଇ ଏହି ହ୍ରାସ ପାଇଛି । ଚେନ୍ନାଇରେ ଏହି ଦାମ୍ ୪୮,୦୫୦ ଟଙ୍କା ରହିଛି । ମୁମ୍ବାଇରେ ଏହି ଦାମ୍ ୫୦.୦୫୦ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୪କ୍ୟାରେଟ୍ ସୁନା ଦାମ୍ ୫୨,୪୧୦ ପ୍ରତି ୧୦ ଗ୍ରାମ ରହିଥିବା ରାଜଧାନୀରେ ସୁନା ଗୁରୁବାର ଦିନ ୭୧୪ ଟଙ୍କା ହ୍ରାସ ପାଇ ୫୦,୩୩୫ ପ୍ରତି ୧୦ଗ୍ରାମକୁ ରହିଛି । ଅନ୍ୟପଟେ ରୂପାର ଦାମ ମଧ୍ୟ ହ୍ରାସ ପାଇଛି । ରୂପା କିଲୋଗ୍ରାମ ପ୍ରତି ୩୮୬ ଟଙ୍କା ହ୍ରାସ ପାଇ ୬୯,୭୦୮ରେ ରହିଛି ।
ସୂଚନାନୁଯାୟୀ, ଆସନ୍ତା ବର୍ଷରେ ବଜାରରେ ଡଲାର ଦର ହ୍ରାସ ପାଇବାର ଆଶଙ୍କା ରହିଛି । ଯାହାଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୬୩ ହଜାର ପାର୍ ହୋଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ରୁପାର ଦାମ୍ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୨୦ରେ କରୋନା ଭାଇରସ ଲାଗି ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଗକୁ ପରିଲିକ୍ଷିତ ହୋଇପାରେ ।