ଧର୍ମ

ସନ୍ତାନଙ୍କ ଆୟୁଷ ଓ ସମୃଦ୍ଧି ପାଇଁ ମହିଳାମାନେ ରଖିଥାନ୍ତି ସଙ୍କଟ ଚୋୖଠ ବ୍ରତ

ସତ୍ୟଶିଖା (ଭୁବନେଶ୍ୱର) ୨୭/୦୧/୨୦୨୧ : ସଙ୍କଟ ଚୋୖଠ ପ୍ରତି ମାସରେ ପଡେ । କିନ୍ତୁ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ପଡୁଥିବା ସଙ୍କଟ ଚଉଠ ବ୍ରତର ଅନେକ ଧାର୍ମିକ ମହତ୍ତ୍ୱ ରହିଛି । ମାଘ ସଙ୍କଟ ଚଉଠ ବ୍ରତ ଏଥର ଜାନୁଆରୀ ୩୧ ତାରିଖ ରବିବାର ଦିନ ପଡୁଛି । ଏହି ବ୍ରତର ଅନେକ ନାଁ ରହିଛି । ଏହି ବ୍ରତକୁ ସଙ୍କଟ ଚୋୖଥା, ମାଘ ଚତୁର୍ଥୀ, ତିଲକୁଟା ଚୋୖଠ ବି କୁହାଯାଏ । ମହିଳାମାନେ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଏହି ବ୍ରତ ରଖିଥାନ୍ତି । ସନ୍ତାନଙ୍କ ଆୟୁଷ ଓ ସମୃଦ୍ଧି ପାଇଁ ମହିଳାମାନେ ଏହି ବ୍ରତ ରଖିଥାନ୍ତି । ଏହି ଦିନ ମହିଳାମାନେ ଗୌର ଗଣେଶଙ୍କୁ ପୂଜା କରିଥାନ୍ତି । ଏହି ଦିନ ମହିଳାମାନେ ନିର୍ଜଳା ବ୍ରତ ପାଳନ କରିଥାନ୍ତି । ସନ୍ଧ୍ୟାରେ ଚନ୍ଦ୍ର ଓ ଗଣେଶଙ୍କ ପୂଜା କରି ବ୍ରତ ସମାପନ କରିଥାନ୍ତ । ଜାଣନ୍ତୁ ବ୍ରତର ଶୁଭ ମୁହୂର୍ତ୍ତ ଓ ମହିଳା :

ସଙ୍କଟ ଚୋୖଠ ବ୍ରତର ଶୁଭ ମୁହୂର୍ତ୍ତ :

ବ୍ରତ ତିଥି- ଜାନୁଆରୀ ୩୧ ତାରିଖ ରବିବାର ସନ୍ଧ୍ୟା ୮ଟା ୨୪ ମିନିଟ

ବ୍ରତ ସମାପନ- ଫେବୃଆରୀ ୧ ତାରିଖ ସୋମବାର ସନ୍ଧ୍ୟା ୬ଟା ୨୪ ମିନିଟ

ସନ୍ତାନଙ୍କ ଆୟୁଷ କାମନା କରି ମହିଳାମାନେ ବ୍ରତ ରଖିଥାନ୍ତି । ତାଛଡା ପୁରା ପରିବାର ସୁଖ ସମୃଦ୍ଧି ପାଇଁ ମଧ୍ୟ ବ୍ରତ ପାଳନ କରିଥାନ୍ତି । ମହିଳାମାନେ ସକାଳ ୪ଟା ରୁ ନିର୍ଜଳା ବ୍ରତ ଆରମ୍ଭ କରିଥାନ୍ତି । ସନ୍ଧ୍ୟାରେ ଗଣେଶ ଭଗବାନ ଓ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତ ସମାପନ କରିଥାନ୍ତି । ଏହାପରେ ଫଳ ଗ୍ରହଣ କରିଥାନ୍ତି ।

Show More
Back to top button