ସତ୍ୟଶିଖା (ମୁମ୍ବାଇ) ୧୧/୦୧/୨୦୨୧ : ସେୟାର ବଜାରରେ ଆଜି କିଣାବିକାର ଆରମ୍ଭ ଉତ୍ସାହର ସହ ହୋଇଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ପାଖାପାଖି ୩୧୮.୪୫ ଅଙ୍କ ବୃଦ୍ଧି ସହ ୪୯,୧୦୦.୯୬ ପଏଣ୍ଟରେ ଖୋଲିଥିଲା । ସେହିପରି ନେଶ୍ନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୮୩.୬୦ ଅଙ୍କ ବୃଦ୍ଧି ପାଇ ୧୪,୪୩୦.୯୦ ପଏଣ୍ଟରେ ଖୋଲିଥିଲା ।
ଆଜି ପ୍ରଥମ ଥର ପାଇଁ ସେନ୍ସେକ୍ସ ୪୯,୦୦୦ ଅଙ୍କ ପାର କରି ପୂନର୍ବାର ରେକର୍ଡ କରିଛି । ବିଏସ୍ଇରେ ପାଖାପାଖି ୧,୬୮୯ କମ୍ପାନୀ ଆଜି ସେୟାର ବଜାରରେ ଆରମ୍ଭରୁ କିଣାବିକାରେ ଭାଗ ନେଇଥିଲେ । ଏଥିରେ ପାଖାପାଖି ୧,୨୯୫ଟି କମ୍ପାନୀର ସେୟାର ବୃଦ୍ଧି ଏବଂ ୩୧୦ଟି କମ୍ପାନୀର ସେୟାରରେ ହ୍ରାସ ସହ ଆରମ୍ଭ ହୋଇଛି । ସେହିପରି ୮୪ଟି କମ୍ପାନୀର ସେୟାର ବିନା କୌଣସି କ୍ଷତିରେ ଆରମ୍ଭ ହୋଇଛି ।