ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି ।

 ସତ୍ୟଶିଖା : ଭାରତୀୟ ରେଳବାଇରେ ପ୍ରଥମ ଘଟଣା । ଓଡିଶାରେ ଗଡିଲା ସୁପର ଆନାକୋଣ୍ଡା ଟ୍ରେନ୍ । ଏହି ନାଁ ଆପଣଙ୍କୁ ଚକିତ କରୁଥିବ । ଟ୍ରେନକୁ ଦେଖିଲେ ଆପଣ ବି ସେହିପରି ଚିନ୍ତା କରିବେ । ଏହି ଟ୍ରେନ୍ ସାଧାରଣ ଟ୍ରେନ୍ ପରି ହୋଇଥିଲେ ବି ଏହାର ଲଂବ କିନ୍ତୁ ସବୁଠାରୁ ଅଧିକ । ଏହାର ଲଂବ ପ୍ରାୟ ୨ କିଲୋମିଟର । ତିନୋଟି ମାଲବାହୀ ଟ୍ରେନକୁ ମିଶାଇ ଗୋଟିଏ ଟ୍ରେନରେ ପରିବର୍ତନ କରି ତିଆରି ହୋଇଛି ସୁପର ଆନାକୋଣ୍ଡା ଟ୍ରେନ୍ । ଏହି ଟ୍ରେନରେ ରହିଛି ୧୭୭ ବଗି । ଏହି ଲଂବା ଟ୍ରେନର ଚଳାଚଳ କରିବାରେ ସକ୍ଷମ ହୋଇଛି ଭାରତୀୟ ରେଳବାଇ ।

ମଙ୍ଗଳବାର ଏମସିଏଲ ଲଜକୁରା ଖଣିରୁ ଏହି ଟ୍ରେନଟି ଗଡିବା ସହ ପ୍ରାୟ ଏକ କୋଟି ଟଙ୍କାର କାର୍ଗୋ ମୂଲ୍ୟର ପନ୍ଦର ହଜାର ଟନ କୋଇଲା ପରିବହନ ହୋଇଥିଲା। ଘଂଟା ପ୍ରତି ୬୦ କିଲୋମିଟର ବେଗରେ ଯାତ୍ରା କରି ଟ୍ରେନଟି ଏମସିଏଲ ଲାଜକୁରା ଖଣିରୁ ମାତ୍ର ୨ ଘଂଟା ୧୫ ମିନିଟ୍ ସମୟରେ ପହଁଚିଥିଲା ରାଉରକେଲା । ରେଳ ବିଭାଗର ଏପରି ସଫଳତା ସଂପର୍କରେ ନିଜେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ୍ କରି ସୂଚନା ଦେଇଛନ୍ତି । ଓଡିଶାର ବ୍ରଜରାଜନଗର ନିକଟ ଲାଜକୁରା ଖଣିରୁ ରାଉରକେଲା ଷ୍ଟେସନ ମଧ୍ୟରେ ୧୭୭ ବଗି ବିଶିଷ୍ଟ ଟ୍ରେନକୁ ଚଳାଚଳ କରାଇ ଭାରତୀୟ ରେଳବାଇ ନୂଆ ରେକର୍ଡ କରିଛି ।

Exit mobile version