କୋମଳ ଓ ଗୋଲାପି ଓଠ ପାଇଁ…..

ସତ୍ୟଶିଖା ୧୩/୦୧/୨୦୨୧ :

ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ । ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ । ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ବିଷୟରେ
– ଅଧ ଚାମଚ କଫି ଗୁଣ୍ଡରେ ଅଳ୍ପ କିଛି ସର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାଇ ୨ ରୁ ୩ ମିନିଟ ରଖନ୍ତୁ । ଏହାପରେ ହାତ ଆଙ୍ଗୁଠି ଟିପରେ ଧିରେ ଧିରେ ଏହାକୁ କାଢି ଦିଅନ୍ତୁ ।
– ଏହାପରେ ମୁହଁ ଓ ଓଠକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ । ପରେ ଓଠରେ ଆପଣ ନିୟମିତ ବ୍ୟବହାର କରୁଥିବା ଲିପବାମ୍‍ ଲଗାନ୍ତୁ । ଏଭଳି କରିବା ଦ୍ୱାରା ୫ ରୁ ୭ ମିନିଟ ମଧ୍ୟରେ ଶୁଷ୍କପଣ ଦୂର ସହ ଓଠର ରଙ୍ଗକୁ ଗୋଲାପି କରିଥାଏ । ସପ୍ତାହକୁ ୩ ରୁ ୪ଥର ଏହି ଉପାୟ କରନ୍ତୁ ।
ଆପଣ ମଧ୍ୟ ଯଦି ନିଜ ଓଠ ରଙ୍ଗକୁ ପ୍ରାକୃତିକ ଉପାୟରେ ଗୋଲାପି କରିବାକୁ ଚାହୁଁଛନ୍ତି ଜାଣନ୍ତୁ ଏହି ଘରୋଇ ଉପାୟ ବିଷୟରେ
ଆବଶ୍ୟକ ସାମଗ୍ରୀ
ବିଟ
ବାଦାମ ତେଲ
ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପାକୁ ବାହାର କରି , ଏହାକୁ କୋରି ଦିଅନ୍ତୁ । କୋରା ହୋଇଥିବା ବିଟକୁ ଶୁଖାଇ ଦିଅନ୍ତୁ । ଭଲ ଭାବେ ଏହାକୁ ଶୁଖାଇବା ପରେ ଏହାକୁ ପେଷି ପାଲିସ ଭାବେ ଗୁଣ୍ଡ କରି ଦିଅନ୍ତୁ । ୨ଚାମଚ ବିଟ ଗୁଣ୍ଡରେ ୨ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ । ନିୟମିତ ଦିନ ସମୟରେ ୨ରୁ ୩ ଥର ଓ ରାତିରେ ଥରେ ଏହାକୁ ଲଗାଇ ଶୁଅନ୍ତୁ । ଏକ ମାସ ଲଗାଇବା ପରେ ଏହାର ଚମତ୍କାରିତା ଅନୁଭବ କରିପାରିବେ ।

Exit mobile version