ବିଦେଶ

ନୂଆ ଛାତ୍ରଛାତ୍ରୀ ଭିସା ନିଷ୍ପତ୍ତିକୁ ବିରୋଧ, କାଠଗଡ଼ାରେ ଟ୍ରମ୍ପ ସରକାର

ଓ୍ୱାଶିଂଟନ: କରୋନା ମହାମାରୀ ବେଳେ ଆମେରିକାରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଟ୍ରମ୍ପ ସରକାର ଭିସା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ନେଇ ଆମେରିକାରେ ତେଜିଛି ବିବାଦ। ନୂଆ ଭିସା ନିଷ୍ପତ୍ତିକୁ ବିରୋଧ କରି ଟ୍ରମ୍ପ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଏମଆଇଟି ଏବଂ ଏଚଆଇଟି। କରୋନା ମହାମାରୀ ବେଳେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଦ୍ୱିତୀୟ ଥର ବିଚାର କରିବାର ଆବଶ୍ୟକତା ରହିଛି। ନହେଲେ ସେଠାରେ ରହି ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଦୁଇ ବିଶ୍ୱ ବିଦ୍ୟାଳୟ କହିଛନ୍ତି।

ଏହି ଦୁଇ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ମୋଟ୍ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ରହିଛନ୍ତି। ଭାରତ ମଧ୍ୟ ଏହି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏବେ ବିଶ୍ୱବିଦ୍ୟାଳୟ, ଆମେରିକାର ଶିକ୍ଷାବିତ ଏବଂ ଭାରତ ସରକାର ଭିସା ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଆମେରିକା ବୈଦେଶିକ ମନ୍ତ୍ରାଳୟର ସ୍ୱର ମଧ୍ୟ ନରମିଥିବା ଜଣାପଡ଼ିଛି।

“ନୂଆ ଭିସା ନିୟମ ନେଇ ବିଚାର ଚାଲିଛି। ଏହା ସେତେଟା ପ୍ରଭାବ ପକାଇବନି। ନୂଆ ଭିସା ନିୟମ ପାଇଁ ଏପର୍ଯ୍ୟନ୍ତ ଗାଇଡ ଲାଇନ ଜାରି ହୋଇନାହିଁ। ଗାଇଡ ଲାଇନ ଜାରି ହେଲେ ମନରେ ଆସୁଥିବା ଅନେକ ସନ୍ଦେହ ଦୂର ହେବ”। ଭାରତ ଭିସା ନିୟମକୁ ମଙ୍ଗଳବାର ବିରୋଧ କରିବା ପରେ ବୁଧବାର ଏଭଳି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ।

ଆହୁରି ପଢ଼ନ୍ତୁ

ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ଏବଂ ଆମେରିକାର ବୈଦେଶିକ ସଚିବ ଡେଭିଡ ହାଲଙ୍କ ସହ ବୈଠକ ହୋଇଥିଲା। ଏହି ସମୟରେ ଛାତ୍ର ଭିସା ଏବଂ ଆମେରିକାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ସ୍ୱାର୍ଥ ଉପରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଆମେରିକା ନିକଟରେ ନୂଆ ଭିସା ନିୟମ ଆଣିଛି। ଯେଉଁଥିରେ କୁହାଯାଇଥିଲା କରୋନା ମହାମାରୀ ବେଳେ ବିଶ୍ୱବିଦ୍ୟାଳୟର ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡିବାକୁ ପଡିବ। ଯୁକ୍ତରାଷ୍ଟ୍ର ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ ଏନଫୋର୍ସମେଣ୍ଟ ବିଭାଗ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ ଏହା ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button