ବ୍ୟାୟାମ ପାଇଁ ଖାଦ୍ୟ ନିୟମ


ସତ୍ୟଶିଖା ୧୫/୦୨/୧୦୨୧ : ସକାଳ ହେଉ ଅଥବା ସନ୍ଧ୍ୟା ସମୟରେ ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ । ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । କାରଣ ବ୍ୟାୟାମ କରିବା ପୂର୍ବରୁ ସଠିକ ଖାଦ୍ୟ ଖାଇବା ନିହାତି ଜରୁରୀ । ସଠିକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ । ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ବ୍ୟାୟାମ କରିବା ପୂର୍ବରୁ ଖାଇବା ଉଚିତ…….
ବ୍ଲୁବେରିଜ –
ଏହାକୁ ଖାଇବା ଦ୍ୱାରା ମାଂପେଶୀକୁ ଏହା ସଠିକ ରଖେ । ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ ଯୋଗାଏ । ତେଣୁ ବ୍ୟାୟାମ କରିବା ପୂର୍ବରୁ ବ୍ଲୁବେରିଜ ଖାଇବା ଲାଭଦାୟକ ଅଟେ ।
ଖୀର –
ଖୀରକୁ ମଧ୍ୟ ପ୍ରୋଟିନର ଉତ୍ତମ ସ୍ରୋତ ବୋଲି କୁହାଯାଏ । ଏହା ଶରୀରକୁ ଅଧିକ ସମୟ ପାଇଁ ଶକ୍ତି ଯୋଗାଇ ଥାଏ । ହୃଦୟକୁ ସୁସ୍ଥ ରଖିବା ସହ ହାଡ଼କୁ ମଧ୍ୟ ମଜଭୂତ କରିଥାଏ । ତେଣୁ ବ୍ୟାୟାମ କରିବା ପୂର୍ବରୁ ଖୀର ପିଇବା ଉଚିତ ।
ଅଣ୍ଡା –
ଆପଣ ବ୍ୟାୟାମ କରିବା ପୂର୍ବରୁ ଗୋଟେ ସିଝା ଅଣ୍ଡା ମଧ୍ୟ ଖାଇ ପାରିବେ । ଏହାଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ବ୍ୟାୟାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ ।
କଦଳୀ –
କଦଳୀରେ ବହୁ ପରିମାଣରେ ପୋଟାସିୟମ ରହିଛି । ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ । ବ୍ୟାୟାମ କରିବା ପୂର୍ବରୁ କଦଳୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ କାବ୍ରୋହାଇଡ଼୍ରେଡ଼ ଯୋଗାଇଥାଏ । ତେଣୁ କଦଳୀ ଖାଇବା ଲାଭଦାୟକ ।
ଆମ୍ବ –
ଆମ୍ବରେ ଭିଟାମିନ, ମିନେରାଲ୍ସ , ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ତେଣୁ ଅଧିକ ନୁହେଁ ମାତ୍ର ସଠିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ ।