ଏଫଏମ ୟୁନିଭର୍ସିଟିର ନୂଆ ଭିସି ନିଯୁକ୍ତ

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୭.୨୦୨୧:  ବାଲେଶ୍ୱର ଫକୀରମୋହମ ବିଶ୍ୱବିଦ୍ୟାଳୟ ପାଇଁ  ନୂଆ କୁଳପତି ନିଯୁକ୍ତ କରାଯାଇଛି ।  ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନୂଆ କୁଳପତିଭାବେ ନିଯୁକ୍ତ ହୋଇଛନ୍ତି ।  ରାଜ୍ୟପାଳ ତାଙ୍କୁ ୪ ବର୍ଷ ପାଇଁ କୁଳପତିଭାବେ ନିଯୁକ୍ତି ଦେଇଥିବା ଜଣାଯାଇଛି । ଚୂଡାନ୍ତ ତାଲିକାରେ  ୩ ପ୍ରଫେସର ଥିଲେ ।  ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟ ପିଏମଆଇଆର୍‌ ବିଭାଗର ତଥା ପୂର୍ବତନ ସିଡିସି ନିର୍ଦ୍ଦେଶକ ।ସେହିପରି ପ୍ରଫେସର ଦେବୀପ୍ରସାଦ ମିଶ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ୍‌ ଅଧ୍ୟକ୍ଷ ଥିବାବେଳେ ପ୍ରଫେସର ମାଳବିକା ଦେଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌ ବିଭାଗ ପ୍ରଫେସର ବୋଲି ଜଣାପଡିଛି ।

Exit mobile version